ରାଜଧାନୀ ରାଜପଥରେ ପଥୋତ୍ସବ : ଲୋକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲେ କଳାକାର

19

କନକ ବ୍ୟୁରୋ : ସବୁ ରବିବାର ଭଳି ଆଜି ମଧ୍ୟ ରାଜଧାନୀ ରାଜପଥରେ ସକାଳୁ ସକାଳୁ ଜମିଥିଲା ପ୍ରବଳ ଗହଳି । ପଥୋତ୍ସବରେ ସାମିଲ ହୋଇଥିଲେ ଶହଶହ ରାଜଧାନୀବାସୀ । ପିଲାଠୁ ବଡ ଯାଏଁ ସମସ୍ତେ ପଥୋତ୍ସବକୁ ଉପଭୋଗ କରିଥିଲେ । ସପ୍ତାହ ଯାକର କର୍ମମୟ ଜୀବନ ଭିତରୁ କିଛି ସମୟ ବାହାର କରି ମନୋରଂଜନ ପାଇଁ ସମସ୍ତେ ଧାଇଁ ଆସିଥିଲେ ପଥୋତ୍ସବକୁ । ଆଉ ପଥୋତ୍ସବରେ ଆୟୋଜିତ ସାଂସ୍କୃିତକ କାର୍ଯ୍ୟକ୍ରମରେ ଲୋକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲେ କଳାକାର ।