ସଂଜିବନୀର ସତ ! ପତଂଜଳିର ଦାବି, ମରିବା ଲୋକଙ୍କୁ ବଂଚାଇଦେବା ଜଡିବୁଟି ଉପରେ ଚାଲିଛି ଗବେଷଣା

75

କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ରହସ୍ୟମୟ ସଂଜିବନୀ ବୁଟୀ । ଯାହା ପ୍ରଭୁ ଲକ୍ଷ୍ମଣଙ୍କୁ ନୂଆ ଜୀବନ ଦେଇଥିଲା ଏବଂ ଯାହାକୁ ଖୋଜିବାକୁ ଯାଇ ହନୁମାନ ସଂପୂର୍ଣ୍ଣ ପର୍ବତ ଉଠାଇ ଆଣିଥିଲେ । ରାମାୟଣରେ ପଢ଼ିଥିବା ଏବଂ ଟିଭି ପରଦାରେ ଦେଖିଥିବା ଏହି ରହସ୍ୟମୟ ଔଷଧୀୟ ବୁଟୀ ନେଇ ଚାଲିଛି ବଡ଼ ଧରଣର ଗବେଷଣା ।

ଖୋଲିବ ସଂଜିବନୀ ବୁଟିର ରହସ୍ୟ ! ସାମ୍ନାକୁ ଆସିବ ସଂଜୀବନୀର ସତ :
29_07_2016-29balkrishnaଉତ୍ତରାଖଣ୍ଡ ସରକାର ବିଧିବଦ୍ଧ ଭାବରେ ସଂଜିବନୀ ବୁଟର ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ପତଞ୍ଜଳି ରିର୍ସଜ୍ ଫାଉଣ୍ଡେସନ୍ ଏହି ରହସ୍ୟମୟ ବୁଟୀ ସନ୍ଧାନ ଦିଗରେ ଆଉ ଗୋଟିଏ ପାଦ ଆଗେଇ ଯାଇଛି । ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଖୋଦ୍ ଏହାର ଅନୁସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସଂଜିବନୀ ସମେତ ଔଷଧତତ୍ୱ ଥିବା ବୃକ୍ଷଲତାର ସଂନ୍ଧାନ ପାଇଁ ପତଞ୍ଜଳି ପ୍ରାୟ ଶହେ କୋଟିର ବିନିଯୋଗ ମଧ୍ୟ କରିଛି ।

ଏହି ଔଷଧୀୟ ବୁଟୀର ସଂନ୍ଧାନ କରୁଥିବା ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି, ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଡ୍ରୋନାଗିରି ପର୍ବତର ଘଂଚଜଙ୍ଗଲରେ ରହିଛି ଏହି ସଂଜିବନୀ ବୁଟି । ଏବଂ ଯାହାକୁ ନେଇ ପତଞ୍ଜଳିର ଲାବ୍ରୋଟାରୀରେ ଅନୁସନ୍ଧାନ ଜାରି ରହିଛି । ପୁରୁଣା ଯୁଗରେ ବର୍ଣ୍ଣିତ ଏହି ସଂଜିବନୀ ବୁଟୀକୁ ନେଇ ଆଜି ବି ଯେତିକି ରହସ୍ୟ ରହିଛି, ତାଠୁ ଅଧିକ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ରହିଛି । ଆଉ ପତଞ୍ଜଳି ପକ୍ଷରୁ ହେଉଥିବା ଏହି ଗବେଷଣା ଯଦି ସତରେ ଫଳପ୍ରଦ ହୁଏ, ଆଶା କରାଯାଇ ପାରିବ, ମଣିଷକୁ ବହୁ ଦୂରାରୋଗ୍ୟ ରୋଗରୁ ମଣିଷକୁ ମୁକ୍ତି ମିଳିପାରିବ ।