ମଙ୍ଗଳବାର ରାତିରେ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକରେ ବୋମାମାଡ

28

ପଟ୍ଟାମୁଣ୍ଡାଇ : ମଙ୍ଗଳବାର ରାତିରେ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକରେ ବୋମାମାଡ । ସ୍ଥାନୀୟ ଜଗନ୍ନାଥ କ୍ରିଏସନ ଉପରକୁ ୨ଟି ବୋମାମାଡ । ଫଳରେ ଦୋକାନ ଘରର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ଦୋକାନର ମାଲିକଙ୍କ ପୁଅ ସୁଜିତ ସାହୁ ଆହତ ହୋଇଥିବା ଜଣାପଡିଛି । ଆହତ ସୁଜିତଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ପଠାଇଦିଆଯାଇଛି ।

ଦୁଇ ଜଣ ଯୁବକ ଏକ ନାଲି ପଲସରରେ ଆସି ବୋମାମାଡ କରିବା ସହ ଫେରାର ହୋଇଯାଇଛନ୍ତି । ଆଗରୁ କେନ୍ଦ୍ରାପଡାର ଏକ ଗ୍ୟାଙ୍ଗ ଷ୍ଟାର ଫୋନ ଯୋଗେ ଦାଦା ବଟି ମାଗୁଥିଲା । ଏନେଇ ଥାନାରେ ଓ ଏସପିଙ୍କ ନିକଟରେ ଅଭିଯୋଗ ଆଣିଥିଲେ ବୋଲି ଦୋକାନୀ ମାଲିକ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –