ଡୋକଲାମରେ ଭାରତୀୟ ସେନା ପଛକୁ ନହଟିଲେ ଯୁଦ୍ଧ ଆଶଙ୍କା ! ଚୀନ୍ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଭାରତକୁ ଧମକ

25

କନକ ବ୍ୟୁରୋ: ଭାରତକୁ ଚୀନର ପୁଣି ନାଲି ଆଖି । ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଭାରତକୁ ଧମକ ଦେଇଛି ଚୀନ୍ । ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି କି, ଯଦି ଡୋକଲାମରେ ଭାରତୀୟ ସେନା ପଛକୁ ନହଟେ ତେବେ ଯୁଦ୍ଧ ପାଇଁ ଚୀନ ସେନା ପ୍ରସ୍ତୁତ ରହିଛି ।

ସୀମାରେ ଅଧିକ ଦିନ ଏହି ବିବାଦକୁ ଲଗାଇ ରଖାଯାଇପାରବନି ଏବଂ ଆବଶ୍ୟକ ପଡିଲେ ଦୁଇ ସପ୍ତାହ ଭିତରେ ଏକ ମିଲିଟାରୀ ଅପରେସନ୍ କରିବ ବୋଲି ମଧ୍ୟ ଧମକ ଦେଇଛି ଚୀନ୍ । ଯଦି ଯୁଦ୍ଧ ହୁଏ ତେବେ ଯୁଦ୍ଧର ପରିଣତି କଣ ହେବ ତାହା ମଧ୍ୟ ସ୍ପଷ୍ଟ ଅନୁମେୟ ବୋଲି କହି ପରୋକ୍ଷରେ ଧମକ ଦେଇଛି ଗଣମାଧ୍ୟମ । ଏହା ସହିତ ଡୋକଲାମ ପରିସ୍ଥିତି ପାଇଁ ଚୀନ୍ ଗଣମାଧ୍ୟମ ଭାରତର ମୋଦି ସରକାରଙ୍କୁ ଦାୟୀ କରିଛି ।

ମୋଦି ସରକାର ବିବାଦୀୟ ଡୋକଲାମ ଅଂଚଳରେ ଜାଣିଶୁଣି ସୈନ୍ୟ ମୁତୟନ କରିଛନ୍ତି ବୋଲି ପ୍ରକାଶ କରିଛି ଗ୍ଲୋବାଲ ଟାଇମ୍ସ । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ଡୋକଲାମ ଅଂଚଳରେ ଚୀନର ରାସ୍ତା ନିର୍ମାଣକୁ ନେଇ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ଫଳରେ ସୀମାରେ ଯୁଦ୍ଧ ପରିସ୍ଥିିିତି ସୃଷ୍ଟି ହୋଇଛି ।