ଶୁଆର ନିଆରା ପ୍ରେମ କାହାଣୀ ! ପିଞ୍ଜରାରେ ବନ୍ଦୀ ପ୍ରେମିକା ପାଇଁ କଲା ଆମରଣ ଅନଶନ

157

ଆମେ ମଣିଷଙ୍କ ପ୍ରେମ କାହାଣୀ ବିଷୟରେ ଅନେକ କଥା ଶୁଣିଛ, କିନ୍ତୁ ଆପଣ କେବେ ପକ୍ଷୀର ପ୍ରେମ କାହାଣୀ କଥା ଶୁଣିଛନ୍ତି କି ? ଶୁଣିକ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପାଟଣା ସ୍ଥିତ କଜମୁନ୍ନୀ ଛକରେ ରହୁଥିବା ମନୋଜ ତିୱାରୀଙ୍କ ଘରେ । ଆଉ ଖବରଟି ପ୍ରକାଶ ପାଇଛି ଗୁଗୁଲୱେବ ଲାଇଟରେ ।

ଯେଉଁଠି ଗୋଟିଏ ପକ୍ଷୀର ପ୍ରେମ ଦେଖି ମିଣିଷମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ପ୍ରକୃତକଥା ହେଲା ପିଞ୍ଜରାରେ ବନ୍ଦୀ ମାଇ ଶୁଆକୁ ମୁକ୍ତ ଆକାଶରେ ବୁଲଥିବା ଏକ ପୁରୁଷ ଶୁଆ ସହ ପ୍ରେମ ହୋଇଗଲା । ଏହି ପ୍ରେମ କାହାଣୀ ବଢିବା ପରେ ଉଭୟେ ଘଣ୍ଟା ଘଣ୍ଟା ଧରି ଏକାଠି ସମୟ ବିତେଇବା ସହ ଏକାଠି ଖେଳୁଥିଲେ । ଏହିପରି ଭାବେ ଉଭୟଙ୍କ ପ୍ରେମକାହାଣୀ ଏକ ମାସ ଯାଏଁ ଚାଲିଲା ।

କିନ୍ତୁ ଗୋଟିଏ ଦିନ ଉଭୟଙ୍କ ମଧ୍ୟରେ କଣ କଥା ହେଲା କେଜାଣି ଶୁଆ ପିଞ୍ଜରା ପାଖରୁ ବିଲକୁଲ ଗଲା ନାହିଁ ଓ ଆମରଣ ଅନଶନରେ ବସିଗଲା । ଏହାଦେଖି ପିଞ୍ଜରାରେ ବନ୍ଦ ପ୍ରେମିକା ଶୁଆ ମଧ୍ୟ ଅନଶନରେ ବସିଗଲା । ଉଭୟ ପ୍ରେମୀଙ୍କ ଉପରେ ମାଲିକର ନଜର ପଡିବା ପରେ ସେ ଉଭୟଙ୍କୁ କିଛି ଖାଇବା ପାଇଁ ଦେଇଥିଲେ । କିନ୍ତୁ ନା ଶୁଆ କିଛି ଖାଇଲା ନା ଶାରୀ କିଛି ଖାଇଲା ।

କିଛି ନଖାଇ ନପିଇ ସକାଳରୁ ସନ୍ଧ୍ୟା ପର୍ୟ୍ୟନ୍ତ ଉଭୟ ସେମିତି ବସି ରହିଲେ । ଏହି ଘଟଣା ପ୍ରଚାର ହେବା ପରେ ଲୋକମାନେ ମଧ୍ୟ ଏହି ପ୍ରେମୀଯୁଗଳଙ୍କୁ ଦେଖିବା ପାଇଁ ଆସିଲେ । ଶେଷରେ ପ୍ରେମିକା ଶୁଆରର ମାଲିକ ମାଇ ଶୁଆକୁ ପିଞ୍ଚଜରାରୁ ମୁୁକ୍ତ କରିଦେଲେ । ପିଞ୍ଜରାରୁ ବାହାରକୁ ଆସିବା ପରେ ଉଭୟଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା ।

କିଛି ସମୟ ପାଇଁ ଉଭୟେ ଖୁସିରେ ଆତ୍ମହରା ହୋଇ ସେଠାର ବସି ରହିଲେ ଓ ପରେ ଉଭୟରେ ଆକାଶରେ ଉଡିବା ପାଇଁ ବାହାରିଲେ । କିନ୍ତୁ ବର୍ଷ ବର୍ଷ ଧରି ଉଡି ନଥିବା ପ୍ରେମିକା ଶୁଆ ଉଡିବା ଭୁଲି ଯାଇଥିଲ । ଧୀରେ ଧୀରେ ସେ ଉଡିବା ଆରମ୍ଭ କରିଥିଲା ଓ ଅନେକ ସମୟ ପରେ ସେଠାରେ ଚକ୍କର କାଟିବା ପରେ ପ୍ରେମୀଯୁଗଳ ମୁକ୍ତ ଆକାଶରେ ଉଡିଗଲେ ।