୩ ବର୍ଷର ଶିଶୁ ଚଢୁଛନ୍ତି ୧୦ ଫୁଟ ଉଚ୍ଚର କାନ୍ଥ ! ସ୍ପାଇଡର ବୟକୁ ନେଇ ଚର୍ଚ୍ଚା

40

3ବୟସ ମାତ୍ର ୩ବର୍ଷ । ନାଁ ଆରାତ୍ ହୋସେଇନି । ଇରାନର ଏହି କଅଁଳ ବୟସର ବାଳକ ନିଜର ଅପୂର୍ବ କାରାନାମାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସମରସଲ୍ଟ ଠାରୁ ଆରମ୍ଭ କରି ବ୍ୟାକଫ୍ଲିପ୍ ତଥା ୧୦ ଫୁଟ ଉଚ୍ଚତାର କାନ୍ଥ ଉପରକୁ ଖାଲି ହାତରେ ଚଢି ପାଲଟିଛନ୍ତି ଚର୍ଚ୍ଚାର ବିଷୟ । ଆଉ ଇଣ୍ଟରନେଟର ଷ୍ଟାର ବୟ ପାଲଟିଯାଇଛନ୍ତି ।

ଇନଷ୍ଟାଗ୍ରାମରେ ତାଙ୍କର ୨୫ହଜାର ଫଲୋୟର । ଇଣ୍ଟରନେଟରେ ଭାଇରାଲ ହୋଇଯାଇଥିବା ଏକ ଭିଡିଓ ଫୁଟେଜରେ ଦେଖିବାକୁ ମିଳେ ଯେ ଆରାତ୍ ଖାଲି ହାତରେ ଘରର କାନ୍ଥ ଉପରେ ଚଢୁଥିବା ବେଳେ ନିକଟରେ ତାଙ୍କ ବାପା ଛିଡା ହୋଇ ଏହାକୁ ଦେଖୁଛନ୍ତି । ଆଉ ତାକୁ ଉତ୍ସାହିତ କରୁଛନ୍ତି ।

ଆରାତଙ୍କ ପିତା ମହମ୍ମଦ ଓ ମା ଫାତେମେ କୁହନ୍ତି, ଏହି ଆରାତ ୯ମାସର ହୋଇଥିବା ବେଳେ ଜିମନାଷ୍ଟିକ୍ ପୋଜ ଅଭ୍ୟାସ କରିଆସୁଛନ୍ତି । ଏଥିପାଇଁ କୈାଣସି ପ୍ରଫେସନାଲ ଟ୍ରେନିଂ ମଧ୍ୟ ନେଇନାହାଁନ୍ତି । ଘରେ ପ୍ରତିଦିନ ୧୦ରୁ୨୦ ମିନିଟ୍ ଅଭ୍ୟାସ କରନ୍ତି । ଆରାତଙ୍କୁ ବ୍ୟାକୱାର୍ଡ ସମରସଲ୍ଟ କରିବାକୁ ବେଶୀ ଭଲଲାଗେ । ଆଗକୁ ଏହି ଆରାତ କ୍ରୀଡା ଜଗତରେ ନୂଆ କୀର୍ତ୍ତି ହାସଲ କରିବ ବୋଲି ତାଙ୍କର ପିତାମାତା ଆଶବାଦୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –