ସଂସଦର ଶୀତକାଳିନ ଅଧିବେଶନ । ଶୋକପ୍ରସ୍ତାବ ଆଗତ ପରେ ୧୮ ଯାଏଁ ଲୋକସଭା ମୁଲତବି ।

29

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ରାଜ୍ୟସଭା ଓ ଲୋକସଭାରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଂଜଳୀ ଦିଆଯାଇଛି । କିନ୍ତୁ ଶୋକ ପ୍ରସ୍ତାବ ପରେ ଆସନ୍ତା ୧୮ ଯାଏଁ ଲୋକସଭାକୁ ମୁଲତବୀ କରାଯାଇଛି । ରାଜ୍ୟସଭାରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ୧୨ଟା ଯାଏଁ ମୁଲତବି ରଖଯାଇଥିଲା । ଏହି ଅଧିବେଶନରେ କେନ୍ଦ୍ର ସରକାର ୨୫ଟି ବିଲ ଆଗତ କରିବା ସହ ପାରିତ କରିବାକୁ ଉଦ୍ୟମ କରିବେ ।

ଏଥିରେ ଖାଉଟି ସୁରକ୍ଷା ବିଲ୍, କୃଷି ବ୍ୟାଙ୍କ, ଆର୍ଥିକ ସଂସ୍କାର ବିଲ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ରହିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନର ସଫଳତା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି । ଅନ୍ୟପଟେ ବିଜେଡି ଏହି ଅଧିବେଶନରେ ମହାନଦୀ ପ୍ରସଙ୍ଗ ଉଠାଇବ ।