ଆଜିଠୁ ସଂସଦର ଶୀତ ଅଧିବେଶନ : ନୋଟ ଅଚଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ

31

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । କଳାଧନ ପ୍ରସଙ୍ଗ ଏବଂ ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ କରିବା ପରେ ସୃଷ୍ଟି ହୋଇଥିବା ସ୍ଥିତିକୁ ମୁଖ୍ୟପ୍ରସଙ୍ଗ କରି ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହା ସହ ସରକାରଙ୍କ ପାକିସ୍ତାନ ନୀତିକୁ ମଧ୍ୟ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।

ସଂସଦରେ ଶୀତ ଅଧିବେଶନର ଦିନକ ଆଗରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୋଟ ବ୍ୟାନ୍, ପିଓକେରେ ସ୍ଥିତି, ଆତଙ୍କବାଦ ସମସ୍ୟା, କଶ୍ମୀର ସ୍ଥିତି ଓ ଜିଏସଟି ଉପରେ ଆଲୋଚନା ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ବିରୋଧୀ ଏକଜୁଟ ହୋଇ ଦେଶହିତକର ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ।

ଅନ୍ୟପଟେ ଦେଶହିତ ପାଇଁ ସଂସଦ କାମରେ ସମସ୍ତ ସାଂସଦ ସହଯୋଗ କରିବାକୁ ସରକାର ଅପିଲ କରିଛନ୍ତି । ବିରୋଧୀ ଯାହା ପ୍ରସଙ୍ଗ ଉଠାଇବା ସେହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ।