ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡକୁ ମାରାଥାନ ଜେରା ! ଦ୍ୱିତୀୟ ଦିନରେ ପୁଞ୍ଜିଲାଲକୁ ଘଟଣା ନେଇ ପଚରାଉଚରା କରୁଛି କ୍ରାଇମବ୍ରାଂଚ

108

କନକ ବ୍ୟୁରୋ : ପୁଞ୍ଜିଲାଲଙ୍କୁ ମାରାଥନ୍ ଜେରା । ପାଟଣାଗଡ ପାର୍ସଲ ବୋମାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜି ଦ୍ୱିତୀୟ ଦିନରେ ବି ଜେରା ଚାଲିଛି । କ୍ରାଇମବ୍ରାଂଚ୍ ଟିମ୍ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ପଚରା ଉଚରା ଚଳାଇଛି । କଟକ କାର୍ଯ୍ୟାଳୟରେ ତାଙ୍କୁ ମାରାଥନ୍ ଜେରା କରାଯାଉଛି । ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ପୁଞ୍ଜିଲାଲଙ୍କୁ ଗତକାଲି ୬ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ପୁଂଜିଲାଲ ଏକୁଟିଆ ଏହି ମର୍ଡର ପ୍ଲଟ୍ ତିଆରି କରିଥିବା କ୍ରାଇମବ୍ରାଂଚ୍ ସୂଚନା ଦେଇଥିଲା । ବୋମା ତିଆରି ଠାରୁ ଆରମ୍ଭ କରି ଏହାକୁ ପରୀକ୍ଷା କରିବା ଓ ଶେଷରେ ଟ୍ରେନରେ ରାୟପୁର ଯାଇ ସେଠାରୁ କୋରିୟରରେ ପଠାଇଥିଲେ ମୃତ୍ୟୁର ଗିଫ୍ଟ ପ୍ୟାକେଟ୍ । ୟୁ-ଟ୍ୟୁବରୁ ବୋମା ତିଆରିର ଭିଡିଓ ଦେଖି ଆବଶ୍ୟକ ସରଂଜାମ ପ୍ରସ୍ତୁତ କରିଥିଲେ ଏହି ଇଂରାଜୀ ଅଧ୍ୟାପକ ।

PUNJILAL

ସୂଚନାଯୋଗ୍ୟ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ଏହି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ । ତେବେ ଏହି ଘଟଣାରେ ନ ଧରା ପଡିବା ପାଇଁ ବାହାଘରକୁ ମୃତ୍ୟୁର ଉପହାର ପଠାଇଥିବା ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର ଅତି ଚତୁରତାର ସହ ତାଙ୍କ ଉପରୁ ସନ୍ଦେହ ହଟାଇବାକୁ ଚେଷ୍ଟା କରିଥିଲା । ଆପଣ ଆଶ୍ଚର୍ୟ୍ୟ ହେବେ ପୁଂଜିଲାଲ ସୌମ୍ୟଶେଖର ଓ ରିମାଙ୍କ ବାହାଘର ଭୋଜିରେ ଯୋଗ ଦେଇ ନୂଆ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲା । ସୌମ୍ୟଶେଖର ଓ ରିମା, ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ ଏବଂ ପୁଂଜିଲାଲ ଆଶୀର୍ବାଦ ଦେଇ ଉଭୟଙ୍କ ସୁଖୀ ଜୀବନ କାମନା କରିଥିଲା । ଏପରିକି ମୃତ୍ୟୁ ପରେ ଅନ୍ତେଷ୍ଟିକ୍ରୀୟାରେ ଯୋଗ ଦେଇ ପରିବାରକୁ ସମବେଦନା ବି ଜଣାଇଥିଲା । କିନ୍ତୁ କେହି ଜାଣିନଥିଲେ, ସଧବା ହେବାର ଆଶୀର୍ବାଦ ଦେଉଥିବା ଏହି ବ୍ୟକ୍ତି, ବିଧବା ବନାଇବା ପାଇଁ ସବୁ ଷଡଯନ୍ତ୍ର ରଚିସାରିଥିଲା ।

ଅଧ୍ୟାପକରୁ ଅପରାଧୀ ବନିଥିବା ମୃତ୍ୟୁର ସୌଦାଗର ଯେ, ଅଭିନୟ ବି କରିପାରେ ଇଏ ହେଉଛି ତା’ର ଏକ ବଡ ଉଦାହରଣ । ସବୁ ଜାଣି, କିଛି ନଜାଣିବାର ଅଭିନୟ କରିଥିବା ପୁଞ୍ଜିଲାଲ୍, ରିସେପସନ୍ ପାର୍ଟିରେ ପହଂଚି ନବବଧୂ ସୌମ୍ୟଶେଖର ଏବଂ ରୀମାଙ୍କୁ ଆର୍ଶୀବାଦ ଦେଇଥିଲା । ଆଉ ବୟସ୍କଙ୍କ ଆଶୀର୍ବାଦ ଭାବି ଶ୍ରଦ୍ଧାରେ ପୁଞ୍ଜିଲାଲ୍ ମେହେରଙ୍କ ପାଦ ଛୁଇଁଥିବା ନବବଧୁ ବି ଜାଣିନଥିଲେ, ଏହି ଆଶୀର୍ବାଦ ଦେବା ପୂର୍ବରୁ ସେ, ଉପହାର ଆକାରରେ ମୃତ୍ୟୁର ଭେଟି ପଠାଇ ସାରିଛି । ଯେଉଁ ପରିବାରକୁ ସଂପୂର୍ଣ୍ଣ ଧ୍ୱଂସ କରିବା ଦେବା ପାଇଁ ମୃତ୍ୟୁର ଷଡଯନ୍ତ୍ର ରଚିଥିବା ପୁଞ୍ଜିଲାଲ୍ ମେହେର, ପାର୍ସଲ ବୋମା ବିସ୍ଫୋରଣର ଠିକ୍ ଦୁଇ ଦିନ ପୂର୍ବରୁ ବେଶ ଚାଲାକିର ସହ ବିବାହ ଭୋଜିରେ ସାମିଲ ହୋଇଥିଲା ।