ପାରଳା ଗଣଆତ୍ମହତ୍ୟାା ମାମଲା : ନୀଳକଂଠ ପ୍ରିଂଟିଙ୍ଗ୍ ପ୍ରେସର ମାଲିକଙ୍କୁ ଜେରା

50

ପାରଳାଖେମୁଣ୍ଡି : ପାରଳା ଗଣଆତ୍ମହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କଲା ଏସ୍ଆଇଟି । ରାଣୀ ଶୈଳଜା ଦେବୀଙ୍କ ଫଟୋ ଥିବା ମିଶନ୍ ସକସେସ୍ ପୋଷ୍ଟର ପ୍ରିଂଟ ହୋଇଥିବା ନୀଳକଣ୍ଠ ଅଫସେଟ୍ ପ୍ରିଂଟିଙ୍ଗ୍ ପ୍ରେସରେ କ୍ରାଇମବ୍ରାଂଚର ୫ଜଣିଆ ଟିମ୍ ପହଂଚି ତନାଘନା ଆରମ୍ଭ କରିଛି । ଏହାସହ ନୀଳକଣ୍ଠ ପ୍ରିଂଟିଙ୍ଗ୍ ପ୍ରେସର ମାଲିକ ନାରାୟଣ ମହାପାତ୍ରଙ୍କୁ ଜେରା କରିଛି କ୍ରାଇମବ୍ରାଂଚ ଟିମ୍ ।

ରାଜବାଟୀର ଅର୍ଥ ହଡପ ଅଭିଯୋଗରେ ଫସେଇ ଦେବାକୁ ଷଡଯନ୍ତ୍ର ଓ ପର୍ଦ୍ଦାଫାସ ନାଁରେ ଅପମାନ ହିଁ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାରି ଭିତରେ ମୃତ ଅନଙ୍ଗମଞ୍ଜରୀ ଓ ଭାଇ, ଭଉଣୀଙ୍କ ହସ୍ତାକ୍ଷର, ସୁଇସାଇଡ ନୋଟ ଅକ୍ଷର ସହ ମେଳ ଖାଇସାରିଛି । ତେଣୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରି ରାଜାଙ୍କ ମ୍ୟାନେଜରଙ୍କ ଉପରେ ମାନସିକ ଚାପ ପକାଯାଇଥିବା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି। ଏବେ ମୃତ ମ୍ୟାନେଜରଙ୍କ ପରିବାର ଦେଇଥିବା ଏତଲା ଆଧାରରେ ଏସଆଇଟି ଖୋଳତାଡ କରିବା ଆଶା କରାଯାଉଛି ।

ଦେଖନ୍ତୁ ଏହି ଭିଡିଓ