ପାରଳା ଗଣ ଆତ୍ମହତ୍ୟାକୁ ପୂରିଲା ବର୍ଷେ ! ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିଛନ୍ତି ପରିବାର ଲୋକେ

113

କନକ ବ୍ୟୁରୋ: ପାରଳା ଗଣ ଆତ୍ମହତ୍ୟାକୁ ପୂରିଲା ବର୍ଷେ । ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିଛନ୍ତି ପରିବାର ଲୋକେ । ଏହି ଅବସରରେ ମୃତକଙ୍କ ଆତ୍ମାର ସଦଗତି କାମନା କରି ପରିବାର ସଦସ୍ୟ ଶ୍ରୀକ୍ଷେତ୍ରରେ ପାଳନ କରିଛନ୍ତି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ।

ଆଜିକୁ ବର୍ଷେ ତଳେ ପାରଳା ମହାରାଜାଙ୍କ ମ୍ୟାନେଜର ଭାବେ କାମ କରୁଥିବା କନକ ମଂଜରୀ ଓ ତାଙ୍କ ଭାଇ ଆତ୍ମହତ୍ୟା କରିଥିଲେ । ପାରଳା ମହାରାଜାଙ୍କୁ ନଜର ବନ୍ଦୀ ନେଇ ରାଜନୈତିକ ଦଳ ଓ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ପରେ ଏହି ଗଣ ଆତ୍ମହତ୍ୟା ଘଟଣା ସାମନାକୁ ଆସିଥିଲା ।

କିନ୍ତୁ ଏବେ ସୁଦ୍ଧା ଏହି ମାମଲାର ତଦନ୍ତ ଆଗେଇ ପାରୁ ନାହିଁ । ରାଜ୍ୟ ସରକାର ବିଧିବଦ୍ଧ ତଦନ୍ତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।