ପାରାଦୀପ ମାଛ ମଡକ ଘଟଣାରେ ଆସିଲା ସିଫାର ରିପୋର୍ଟ : ଜଳ ପ୍ରଦୂଷଣ ଯୋଗୁଁ ମରୁଛନ୍ତି ମାଛ

74

ପାରାଦୀପ : ପାରାଦୀପ ମାଛ ମଡକ ଘଟଣାରେ ଆସିଲା ସିଫାର ରିପୋର୍ଟ । ଜଳ ପ୍ରଦୂଷଣ ଯୋଗୁଁ ଟନ ଟନ ମାଛ ମରିଥିବା ରିପୋର୍ଟରେ ଉଲ୍ଳେଖ ରହିଛି । ଏହା ସହ ପାଣିରେ ଆଲକାଲାଇଟ ଓ ଆମୋନିଆ ପରିମାଣ ଅଧିକ ରହିଥିବା ସିଫା ବିଶେଷଜ୍ଞ ଦଳ କହିଛନ୍ତି । ପାଣିରେ ଆଲକାଲାଇଟର ପରିମାଣର ଅଧିକ ରହିଲେ ୨୪ ଘଂଟା ମଧ୍ୟରେ ମାଛଙ୍କ ମୃତ୍ୟୁ ହୋଇଥାଏ ବୋଲି ସିଫା ପକ୍ଷରୁ କୁହାଯାଇଛି । ଗତ ୮ ତାରିଖରେ ସିଫାର ୬ ଜଣ ବିଶେଷଜ୍ଞ ଟିମ ଘଟଣା ସ୍ଥଳରେ ପହଚିଂ ଅନୁଧ୍ୟାନ କରିଥିଲେ । ପାରାଦୀପ ପ୍ରଦୂଷଣ ବୋର୍ଡ ନିୟନ୍ତ୍ରଣ ଅଧିକାରୀ ମଧ୍ୟ ସିଫା ବିଶେଷଜ୍ଞ ଦଳ ସହ ଘଟଣା ସ୍ଥଳକୁ ଯାଇ ଜଳ ଓ ମଲା ମାଛର ନମୂନା ସଂଗ୍ରହ କରିଥିଲେ । ଗତ ୫ ତାରିଖରେ ବଟ ନଦୀରେ ଟନ ଟନ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା ।