ସତ୍ୟବାଦୀରେ ପ୍ରସାଦ, ନୂଆପଡ଼ାରେ ବସନ୍ତ ଫେଲ : ଦୁଇ ମୁଖିଆଙ୍କ ସମଦଶା

32

କନକ ବ୍ୟୁରୋ : ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ବି ବିଜେଡି ପାଇଁ ନେଇ ଆସିଛି ବିପର୍ଯ୍ୟୟ । ଗତ ଜିଲ୍ଲା ପରିଷଦ ନିର୍ବାଚନ ତୁଳନାରେ ଏଥର ୪୭ଟି ଆସନ ଖସିଯାଇଛି ଶାସକ ଦଳ ହାତରୁ । କନକ ନ୍ୟୁଜ୍ ହାତରେ ହସ୍ତଗତ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଫଳାଫଳର ତାଜା ତଥ୍ୟ ଅନୁସାରେ ବିଜେଡି ୧୭୫ଟି ଆସନରୁ ୯୦ଟି ଆସନ ଜିତିଥିବାବେଳେ ବିଜେପି ୬୩ଟି, କଂଗ୍ରେସ ୧୭ଟି ଏବଂ ଅନ୍ୟାନ୍ୟ ଦଳ ୫ଟି ଆସନରେ ବିଜୟୀ ହୋଇଛି ।

ତୃତୀୟ ପର୍ଯ୍ୟାୟର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଅନୁମାନ କରିହେଉଛି ଓଡ଼ିଶା ରାଜନୀତିରେ ବହିବାରେ ଲାଗିଲାଣି ପରିବର୍ତନର ହାୱା । ଶାସକ ଦଳ ପ୍ରତି ଲୋକଙ୍କ ଅସ୍ଥା ଥିରେ ଥିରେ କମୁଥିବା ବେଳେ ବିଜେପି ଆଡୁକୁ ଲୋକ ଆକର୍ଷିତ ହେଉଥିବା ସ୍ପଷ୍ଟ ବାରି ହୋଇପଡୁଛି । ଆଉ ଏହି ଜନମତରେ ଟଳି ପଡୁଛି ବଡ ବଡ ଗଡ଼ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜେଡି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେଡିର ତଥାକଥିତ ନମ୍ବରଟୁ  ଦାମୋଦର ରାଉତ, ବରଗଡ଼ର ଆଚାର୍ଯ୍ୟ ପରିବାର ଏହି ପରିବର୍ତନର ପ୍ରବାହରେ ଦୋହଲିଯାଇଛି ।

ତେବେ ଏହାରି ଭିତରେ କଳହାଣ୍ଡିରେ ବିଜେପି ଜିଲ୍ଲା ପରିଷଦ ଗଠନ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଥିବା ବେଳେ ଝାରସୁଗଡ଼ାରେ କଂଗ୍ରେସ ଇଜ୍ଜତ ରକ୍ଷା କରିବାରେ ସଫଳ ହୋଇଥିବା ନବ ଦାସଙ୍କ ଟିମ୍ ଜିଲ୍ଲା ପରିଷଦ ଗଠନ କରିବା ସ୍ପଷ୍ଟ ଅନୁମାନ କରିହେଉଛି । ତେବେ ଅର୍ଥମନ୍ତ୍ରୀଙ୍କ ଜିଲ୍ଲା ବୌଦ୍ଧ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ଏବଂ ମହେଶ୍ୱର ମହାନ୍ତିଙ୍କ ଗଡ଼ ପୁରରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବ ଶାସକ ବିଜେଡି ।