ତୃତୀୟ ଦିନରେ ଗୁଳିବିନିମୟ ଜାରି : ପମ୍ପୋରର ଇଡିଆଇ ବିଲଡିଂରେ ଲୁଚି ରହି ଆକ୍ରମଣ ଚଳାଇଛନ୍ତି ଆତଙ୍କବାଦୀ

29

କନକ ବ୍ୟୁରୋ : ତୃତୀୟ ଦିନରେ ଗୁଳିବିନିମୟ । ସୋମବାରଠାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ୪୮ ଘଂଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

ଜମ୍ମୁ ଓ କଶ୍ମୀରର ପମ୍ପୋରରେ ଗତ ସୋମବାର ସକାଳ ୬ଟାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସରକାରୀ ଇଡିଆଇ ବିଲଡିଂରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହି ଗୁଳିମାଡ ଜାରି ରଖିଛନ୍ତି । ସୁରକ୍ଷାକର୍ମୀ ଏହାର କଡା ଜବାବ ଦେଉଛନ୍ତି ।

ଗୁଳି ବିନିମୟରେ ୨ ଜଣ ଯବାନ ଆହତ ହୋଇଛନ୍ତି । ତେବେ ଇଡିଆଇ ବିଲ୍ଡିଂରେ କେତେଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ୨ରୁ ୩ଜଣ ଆତଙ୍କବାଦୀ ଥିବା ଆଶଙ୍କା କରାଯାଉଛି ।