ସୀମାରେ ୨ ପାକିସ୍ତାନୀ ଯୁଦ୍ଧ ବିମାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ! ଭାରତୀୟ ବାୟୁସେନା ପକ୍ଷରୁ ହାଇ ଆଲର୍ଟ ଜାରି

319

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ବାରମ୍ବାର ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି । ଏଲଓସିର ପୁଂଛରେ ଦୁଇ ପାକିସ୍ତାନୀ ବିମାନକୁ ଦେଖିବାକୁ ମିଳିଛି । ଜମ୍ମୁ-କଶ୍ମୀର ଅନ୍ତର୍ଗତ ଭାରତ-ପାକ ସୀମାର ନିୟନ୍ତ୍ରଣ ରେଖା ପାଖାପାଖି ଗତକାଲି ବିଳମ୍ବିତ ରାତିରେ ୨ଟି ପାକିସ୍ତାନୀ ଯୁଦ୍ଧ ବିମାନ ( ସୁପରସୋନିକ ଜେଟ୍‌) ଉଡୁଥିବାର ଦେଖିବାକୁ ମିଳିଥିଲା ।

ସୀମାରେ କଡ଼ା ନଜର ରଖିଥିବା ଭାରତୀୟ ବାୟୁସେନା ଏହି ଦୁଇ ବିମାନକୁ ଦେଖିବାକୁ ପାଇଥିଲା । ବାୟୁସେନା ପକ୍ଷରୁ ସୂଚନା ଅନୁସାରେ ବିମାନ ଦୁଇଟି ଖୁବ୍‌ ଜୋର୍‌ରେ ଜମ୍ମୁ-କଶ୍ମୀର ସୀମା ନିୟନ୍ତ୍ରଣ ରେଖା  ଭାରତୀୟ ନିକଟରେ ଉଡୁଥିଲେ । ଏହାପରେ ବାୟୁସେନା ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।