ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ପାକିସ୍ତାନ । ପୁଣି ମିଳିଲା ପ୍ରମାଣ, ପଢ଼ନ୍ତୁ କେମିତି ପଦାରେ ପଡ଼ିଲା ଦୋ’ମୁହାଁ ନୀତି ।

34

କନକ ବ୍ୟୁରୋ: ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦଙ୍କ ପରିଚାଳିତ ସଂଗଠନକୁ ‘ନିଷିଦ୍ଧ ଘୋଷିତ’ ସଂଗଠନ ତାଲିକାରେ ନାହିଁ ବୋଲି ରାୟ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ପାକିସ୍ତାନର ଏକ ଶୀର୍ଷ ଅଦାଲତ ଅନ୍ତର୍ଜାତୀୟ କୁଖ୍ୟାତ ଆତଙ୍କବାଦୀ ତଥା ଜମାତ୍-ଉଦ୍-ଦାଓ୍ଵା ଓ ଫାଲା-ଇ-ଇନ୍ସାନିୟତ୍ ଫାଉଣ୍ଡେସନ୍ ଆଉ ‘ନିଷିଦ୍ଧ ଘୋଷିତ’ ସଂଗଠନ ତାଲିକାରେ ନାହିଁ ବୋଲି ଏକ ରାୟରେ ଦେଇଛନ୍ତି । ଏଥିପୂର୍ବରୁ ପାକିସ୍ତାନରେ ନିଷିଦ୍ଧ ଘୋଷିତ ସଂଗଠନ ତାଲିକାରେ ଏହି ଦୁଇ ସଂଗଠନର ନାମ ଥିବା ସୂଚନା ମିଳିଥିଲା ।

pakistan-lawପୂର୍ବରୁ ଆତଙ୍କବାଦୀ କାର୍ଯ୍ୟାକାଳାପରେ ଲିପ୍ତ ସଂଗଠନଗୁଡ଼ିକୁ ନିଷିଦ୍ଧ କରିବା ନେଇ ଆମେରିକା ପାକିସ୍ତାନକୁ କହି ଆସୁଥିଲେ ମଧ୍ୟ ଏ ଦିଗରେ ପାକିସ୍ତାନ ଚୁପ୍ ବସୁଥିଲା । ପରେ ପରେ ଆର୍ଥିକ ସଙ୍କଟରେ ପାକିସ୍ତାନ ପଡ଼ିବାରୁ ତତ୍କାଳୀନ ପାକ୍ ରାଷ୍ଟ୍ରପତି ମାମୁନୁନ ହୁସେନ୍ ଏକ ଅଧ୍ୟାଦେଶ ଆଣି ପାକିସ୍ତାନର ପ୍ରଚଳିତ ଆତଙ୍କବାଦୀ ନିରୋଧି ଆଇନରେ ପରିବର୍ତ୍ତନ କରିଥିଲେ । ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଷିଦ୍ଧ ଘୋଷିତ ସମସ୍ତ ସଂଗଠନ ପାକିସ୍ତାନରେ ନିଷିଦ୍ଧ କରାଯିବ ବୋଲି ଅଧ୍ୟାଦେଶରେ ଦର୍ଶାଯାଇଥିଲା। ଫଳରେ ହାଫିଜ୍ ସଇଦଙ୍କ ପରିଚାଳିତ ଏହି ଦୁଇ ସଂଗଠନ ନିଷିଦ୍ଧ ହୋଇଥିଲା।

hafeez-saeedକିନ୍ତୁ ଏବେ  ଏହି ଅଧ୍ୟାଦେଶ ପାକ୍ ସଂସଦରେ ପାରିତ ନ ହେବାରୁ ଏହା ବଳବତ୍ତର ରହିନାହିଁ । ଫଳରେ ଏ ନେଇ ହାଫିଜ୍ ସଇଦଙ୍କ ପକ୍ଷରୁ ଇସ୍ଲାମବାଦ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇ ଜାମତ୍-ଉଦ୍-ଦାଓ୍ଵା ଏବଂ ଫଲ୍ଲା-ଇ-ଇନ୍ସାନିୟତ୍ ଫାଉଣ୍ଡେସନ୍ ଆଉ ନିଷିଦ୍ଧ ଘୋଷିତ ସଂଗଠନ ତାଲିକାରେ ରହିବା ଅନାବଶ୍ୟକ ବୋଲି ଦାବି ଉପସ୍ଥାପନା କରିଥିଲେ । ଏହାକୁ ବିଚାର କରି ହାଇକୋର୍ଟ ରାୟ ଦେଇଛନ୍ତି କି ହାଫିଜ୍ ସଇଦଙ୍କ ଏହି ଦୁଇ ସଂଗଠନ ଆଉ ଆଇନଗତ ଭାବେ ନିଷିଦ୍ଧ ନୁହେଁ । ତେବେ ଏହାପରେ ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଯେଉଁ ସଂଗଠନ ଆତଙ୍କବାଦୀ କାର୍ଯ୍ୟାକାଳାପରେ ଲିପ୍ତ ତାକୁ ଏଭଳି ପ୍ରଶୟ ମିଳିଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।