ପୁଣି ପାକ୍ ଆକାଶରେ ଉଡିବ ଭାରତୀୟ ବିମାନ ! ଭାରତ ପାଇଁ ପାକିସ୍ତାନ ଖୋଲିଲା ଏୟାରସ୍ପେଶ୍ , ବାଲାକୋଟ୍ ଆକ୍ରମଣ ପରଠାରୁ ମିଳୁନଥିଲା ଅନୁମତି
ଫେବୃୟାରୀ ମାସଠାରୁ ପାକିସ୍ତାନ ଆକାଶରେ ଭାରତୀୟ ବିମାନ ଉଡାଇବା ପାଇଁ ବ୍ୟାନ୍ ଲାଗିଥିଲା । ବାଲାକୋଟ୍ ବିମାନ ଆକ୍ରମଣ ପରଠାରୁ ଭାରତୀୟ ବିମାନ ଉପରେ ପାକ୍ ବ୍ୟାନ୍ ଲଗାଇଦେଇଥିଲା । ଏହା ପରଠାରୁ ପାକ୍ ଆକାଶରେ ଭାରତୀୟ ବିମାନ ପ୍ରବେଶ କରିବା ନିଷିଦ୍ଧ ହୋଇଯାଇଥିଲା । ତେବେ ବର୍ତ୍ତମାନ ପାକ୍ ଏହି ବ୍ୟାନ୍ କୁ ହଟାଇ ଦେଇଛି । ପାକିସ୍ତାନ ମୁ୍ଖ୍ୟ ଏବିଏସନ୍ କରିଡର୍ ମଧ୍ୟ ଭାଗରେ ପଡିଥାଏ । ଯେଉଁଥିରେ ପ୍ରତିଦିନ ଶହ ଶହ ଯାତ୍ରୀ ଏବଂ ମାଲବାହୀ ବିମାନ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଏଥିରେ ଇନ୍ଧନକୁ ନେଇ ଏୟାରଲାଇନ୍ସକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ଏବଂ ଯାତ୍ରୀମାନେ ମଧ୍ୟ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଛଡା ପାକିସ୍ତାନର ମଧ୍ୟ ଏଥିରେ ଖୁବ୍ କ୍ଷତିରେ ପଡୁଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ପାକ୍ କୁ ଗୋଟିଏ ଫ୍ଲାଇଟ୍ ପାଇଁ ୫୦୦ ଡଲାର ମିଳୁଥିବା ବେଳେ ଏୟାରସ୍ପେଶ୍ ବନ୍ଦ ହେବା କାରଣରୁ ଟଙ୍କା ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ଗତମାସରେ ଏଭଳି କିଛି ଖବର ମଧ୍ୟ ଶୁଣିବାକୁ ମିଳିଥିଲା ଯେ ବାଲାକୋଟ୍ ଆକ୍ରମଣକୁ ପୁନଃ ଯେଭଳି ନ ଦୋହରାଇବା ପାଇଁ ପାକ୍ ଭାରତ ସାମ୍ନାରେ ସର୍ତ୍ତ ରଖିଥିଲା ଯଦି ଭାରତ ପୁନଶ୍ଚ ଆକ୍ରମଣ କରେ ତେବେ ଏୟାରସ୍ପେଶ୍ କୁ ବନ୍ଦ କରିବା ପାଇଁ ମଧ୍ୟ ଧମକ ଦେଇ ଆସୁଥିଲା । କିନ୍ତୁ ଏବେ ଏଭଳି ପ୍ରତୀତ ହେଉଛି ଯେ କୁଟନୈତିକ ଚାପ ଏବଂ ଆର୍ଥୀକ ଅଭାବ ଯୋଗୁଁ ପାକିସ୍ତାନ ସ୍ୱୟଂ ନିଜପଟୁ ଏହି ବ୍ୟାନ୍ କୁ ହଟାଇଛି ।