ଜୀବନକୁ ବାଜି ଲଗାଇଲେ ଯବାନ ! ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ଯୁବତୀଙ୍କୁ ବଚାଂଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଲେ ଯବାନ ।

245

ସାହସିକତା ଏବଂ ମହତ୍ କାର୍ଯ୍ୟ ପାଇଁ ସେନା ଯବାନ ପ୍ରତିଦିନ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆରେ ହିରୋ ପାଲଟିଯାଇଛନ୍ତି । କିଛି ଦିନ ତଳେ ପାହାଡରୁ ଖସିଆସୁଥିବା ବଡ ବଡ ପଥରଖଣ୍ଡ ମାଡରୁ କିଭଳି ଅମରନାଥ ଯାତ୍ରୀଙ୍କୁ ଯବାନମାନେ ବଚାଂଇଥିଲେ ଏହାର ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ଯବାନଙ୍କ ପାଇଁ ଲୋକଙ୍କ ସମ୍ନାନ ଆହୁରି ବଢିଯାଇଥିଲା । ତେବେ ବର୍ତ୍ତମାନ ପୁଣିଥରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ କିଛି ସିଆରପିଏଫ୍ ଯବାନ ନିଜ ଜୀବନକୁ ବାଜି ଲଗାଇ ନଦୀର ଗଭୀର ସ୍ରୋତରୁ ଜଣେ ଯୁବତୀଙ୍କୁ ବଚାଂଇଛନ୍ତି । ଘଟଣାଟି ହେଉଛି ଜମ୍ମୁ-କାଶ୍ମୀର ବାରାମୁଲା ଅଞ୍ଚଳର ତଙ୍ଗମାର୍ଗ ସ୍ଥାନର । ଏଠାରେ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବତୀ ବୁଡିଯାଉଥିବା ବେଳେ ସିଆରପିଏଫ୍ ର ଯବାନମାନେ ଦେବଦୂତ ସାଜି ଉକ୍ତ ସ୍ଥାନରୁ ଯୁବତୀଜଣଙ୍କୁ ବଚାଂଇଥିଲେ । ରେସକ୍ୟୁ ଅପରେସନ୍ ଚାଲିଥିବା ସମୟରେ ଯବାନମାନଙ୍କୁ କିଛି ସାଧାରଣ ନାଗରିକ ମଧ୍ୟ ସାହାଯ୍ୟ କରିଥିଲେ । ଘଟଣା ସମୟରେ ସିଆରପିଏଫ୍ ର ୧୭୬ ଟିମ୍ ପେଟ୍ରୋଲିଂରେ ଥିଲା । ଯୁବତୀଙ୍କୁ ବୁଡିଯାଉଥିବା ଦେଖିବା ପରେ ଯବାନମାନେ ତକ୍ରାଳ ନଦୀକୁ ଡେଇଁ ଯୁବତୀଙ୍କୁ ବଚାଂଇଥିଲେ । ଯୁବତୀଙ୍କ ପରିଚୟ ଶରୀଫା ବୋଲି ଜଣାପଡିଛି ।

ଉତ୍ତର କାଶ୍ମୀରରେ ଥିବା ବାରାମୁଲାର ସ୍ଥାନୀୟବାସିନ୍ଦା ଯବାନମାନଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତିି । ସୋସିଆଲ୍ ମିଡିଆରେ ମଧ୍ୟ ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ଯବାନଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।