ପାକିସ୍ତାନର ଏଫ-୧୬ ବିମାନ ଖସାଇଲା ଭାରତ ! ସୀମା ଉଲ୍ଲଂଘନ ବେଳେ କଡ଼ା ଜବାବ, ବାୟୁସେନାର ସମସ୍ତ ପାଇଲଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

1,387

କନକ ବ୍ୟୁରୋ : ପାକିସ୍ତାନର ବାୟୁସେନା ବିମାନକୁ ଖସାଇଲା ଭାରତ । ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଛି ଭାରତ । ଭାରତୀୟ ସୀମାରେ ୩ କିମି ଭିତରେ ପାକ୍ ବିମାନକୁ ଖସାଇ ଦେଇଛନ୍ତି ଭାରତୀୟ ସେନା ।  ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ବିମାନ ପ୍ରବେଶ କରିଥିଲା । ହେଲେ ଭାରତୀୟ ସେନାର କଡ଼ା ଜବାବ ପରେ ଫେରିଗଲା ପାକ୍ ବିମାନ । ସେପଟେ ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମିନିଟ ଭିତରେ ଉଡ଼ାଣ ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରହିବା ମଧ୍ୟ କୁହାଯାଇଛି ।

ସୂଚନା ଅନୁଯାୟୀ ଭାରତର ଏୟାର ଷ୍ଟ୍ରାଇକ ପରେ ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ।  ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍‌ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନୀ ଏଫ୍‌-୧୬ ବିମାନଟି ଭାରତୀୟ ସୀମା ଭିତରେ ବୋମ ପକାଇବା ପାଇଁ ଉଦ୍ୟମ କରିଥିଲା । ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ ୨ଟି ଭାରତୀୟ ବାୟୁସେନାର ବିମାନକୁ ଗୁଳି କରି ପାକ୍‌ ସେନା ଖସାଇଦେଇଛି  ।