ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ,ହେଲେ ପାକିସ୍ତାନର ଅଜବ ଯୁକ୍ତି: ‘ଆମେ ମାରି ଖସାଇ ଦେଲୁ ୨ ବିମାନ, ଜଣେ ପାଇଲଟରୁ କରିଛୁ ଗିରଫ’
ଜମ୍ମୁକାଶ୍ମୀର ବଡଗାମରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ମିଗ ଯୁଦ୍ଧ ବିମାନ
ପୁଲୱାମା ଆତଙ୍କୀ ଆକ୍ରମଣର କଡା ଜବାବ ଦେଇଛି ଭାରତ । ଉଭୟ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀଙ୍କ ୧୩ଟି ଆଡ୍ଡା ଉପରକୁ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତୀୟ ସେନା । ଆଉ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଏବେ ରକ୍ତର ଚାଉଳ ଚୋବାଉଛି ପାକିସ୍ତାନ । ଏହାକୁ ନେଇ ଗତକାଲିଠାରୁ ଉଭୟ ସେନା ପକ୍ଷରୁ ଗୁଳି ବିନିମୟ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି କ୍ରମରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ବିମାନରେ ଥିବା ଦୁଇ ଜଣ ପାଇଟଲଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା କି , ପାକିସ୍ତାନର ଯୁକ୍ତି ରହିଛି କି ପାକ୍ ସେନାର ଆକ୍ରମଣ କରି ଦୁଇ ଭାରତୀୟ ବିମାନକୁ ମାରି ତଳେ ପକାଇଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Major General A Ghafoor, DG ISPR, Pak Army: In response to PAF strikes this morning as released by MoFA, IAF crossed LOC. PAF shot down 2 Indian aircraft inside Pak airspace. 1 aircraft fell inside AJ&K, other fell inside IOK. 1 Indian pilot arrested by troops on ground,2 in area pic.twitter.com/drXPdWXYfh
— ANI (@ANI) February 27, 2019
ପାକ୍ ସେନା ଆହୁରୀ ମଧ୍ୟ ଦାବି କରିଛି କି, ଜଣେ ଭାରତୀୟ ପାଇଲଟଙ୍କୁ ବି ସେମାନେ ଗିରଫ କରିଛନ୍ତି । ଯେବେକି ଜଣେ ପାଇଲଟ ଲୁଚି ରହିଛନ୍ତି । ତେବେ ଭାରତ ପକ୍ଷରୁ ଏସଂପର୍କରେ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏଠାରେ ଆମେ କହି ରଖୁଛୁ କି, ଭାରତୀୟ ବାୟୁସେନାର ଏକ ବିମାନ ବଡଗାମରେ ଖସିପଡିଥିବା ବେଳେ ଅନ୍ୟ ଏକ ବିମାପାକିସ୍ତାନୀ ସୀମାରେଖାରେ ଖସି ପଡିଥିଲା ।
ଅନ୍ୟପଟେ, ପାକସ୍ତାନର ଯୁଦ୍ଧ ବିମାନ ଆଜି ଭାରତୀୟ ଆକାଶ ସୀମା ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ପାକିସ୍ତାନର ୩ ଏଫ-୧୬ ଜେଟ୍ ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା । ତେବେ ଭାରତୀୟ ବାୟୁସେନାର ଜବାବ ଯୋଗୁଁ ପାକିସ୍ତାନ ଯୁଦ୍ଧ ବିମାନ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରୁ ରଖି ଜମ୍ମୁକଶ୍ମୀରର ବିଭିନ୍ନ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ବର୍ଡରର ନିକଟବର୍ତି ଲେହ, ଜମ୍ମୁ, ଶ୍ରୀନଗର ଓ ପଠାନକୋଟ ବିମାନବନ୍ଦରେ ହାଇ ଆଲର୍ଟ ଜାରି କରାଯାଇଛି ।