କଳାହାଣ୍ଡି ପଲମ ଧାନ ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ ! ଧାନର ମାନ ଖରାପ ଦର୍ଶାଇ ମିଲର କରୁଛନ୍ତି ମୂଲଚାଲ

51

କନକ ବ୍ୟୁରୋ : ମଣ୍ଡିରେ ପଡିଛି ଧାନ । । ଆଉ ଧାନ ବିକ୍ରୀ ହେଉନଥିବାରୁ ଚିନ୍ତାରେ ପଡିଯାଇଛି ଚାଷୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଏଫଏକ୍ୟୁ ମାନ ହୋଇନଥିବା ଦର୍ଶାଇ ମିଲରମାନେ ମୁଲଚାଲ କରୁଥିବାରୁ ଜିଲ୍ଲାର ପଲମ ମଣ୍ଡିରେ ପଡିରହିଛି ଶହ ଶହ ବସ୍ତା ଧାନ । ୭ ଦିନ ହେଲା ଚାଷୀ ମଣ୍ଡିକୁ ଧାନ ଆଣିଥିଲେ ବି ଏହା ବିକ୍ରୀ ହୋଇପାରୁନାହିଁ ।

ଫଳରେ ଚିନ୍ତାରେ ପଡିଯାଇଛି ଚାଷୀ । ଯୋଗାଣ ମନ୍ତ୍ରୀ କଳାହାଣ୍ଡିରେ ଧାନର ଅଭାବୀ ବିକ୍ରୀ ବନ୍ଦ କରିବା ଲାଗି ନଭେମ୍ବର ପହିଲାରୁ ମଣ୍ଡି କଥା ଘୋଷଣା କରିଥିଲେ । ମାତ୍ର ଏବେ ମଣ୍ଡିରେ ଧାନ କିଣିବାକୁ କେହି ଧରାଛୁଆଁ ଦେଉନାହାନ୍ତି । ଚଳିତ ବର୍ଷ ଜିଲ୍ଲାରେ ୩୨ ଲକ୍ଷ କ୍ୱିଂଟାଲ ଧାନ ଅମଳ ହୋଇଥିବାବେଳେ ମଣ୍ଡି ଆରମ୍ଭର ଏକ ମାସ ବିତିଗଲାଣି । ମାତ୍ର ଏବେ ସୁଦ୍ଧା ୧ ଲକ୍ଷ ୩୦ ହଜାର କ୍ୱିଂଟାଲ ଧାନ ଉଠିଛି । ଧାନ ନ ଆଣିପାରିବାରୁ ମଣ୍ଡିରେ ଚାଷୀମାନେ ଶୀତ କାକରରେ ହଇରାଣ ହେଉଛନ୍ତି ଚାଷୀ ।