ପ୍ୟାକିଂ ହୋଇଥିବା ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି ? ସାବଧାନ,ଗବେଷକ ଦେଲେ ସାଂଘାତିକ ତଥ୍ୟ

97

ଯଦି ଆପଣ ପ୍ୟାକିଂ ହୋଇଥିବା ବୋତଲରୁ ପାଣି ପିଉଛନ୍ତି, ତେବେ ସାବଧାନ । କାରଣ ଆପଣ ରୋଗରେ ପଡି ପାରନ୍ତି । ଯେଉଁ ବୋତଲରୁ ଆପଣ ପାଣି ପିଉଛନ୍ତି ସେଥିରେ ପ୍ଳାଷ୍ଟିକ୍ ମିଶି ଥାଇ ପାରେ । ଯାହାକି ଆପଣଙ୍କୁ ରୋଗରେ ପକାଇବ । ନିୟୁର୍କ ସ୍ଥିତ ଫ୍ରେଡୋନିଆ ବିଶ୍ୱବିଦ୍ୟାଳୟର ସୋଧକର୍ତ୍ତା ସେରୀ ମେସନ୍ ନିଜର ଏକ ରିପୋର୍ଟରେ ଦାବି କରିଛନ୍ତି ଯେ, ପ୍ୟାକିଂ ହୋଇଥିବା ପାଣି ବୋତଲରେ ପ୍ଳାଷ୍ଟିକର ଅଂଶ ମିଶିଥାଏ । ସାରା ଦୁନିଆରୁ ପ୍ୟାକିଂ ପାଣି ବୋତଲ୍ ସଂଗ୍ରହ କରି ଯାଞ୍ଚ କରିବା ପରେ ସେ ଏଭଳି ତଥ୍ୟ ଉପସ୍ଥାପନ କରିଛନ୍ତି । ତାଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚରେ ୯୩ ପ୍ରତିଶତ ନମୂନାରେ ପ୍ଳାଷ୍ଟିକର ଅଂଶ ରହିଥିବା ଜଣାପଡିଛି ।

ଏବେ ପ୍ଲାଷ୍ଟିକ ବୋତଲ ବଜାରର ଆକାର ପ୍ରାୟ ୧୫୦ ବିଲିୟନ ଡଲାର ହେବ ବୋଲି ଅଟକଳ କରାଯାଉଛି । କିନ୍ତୁ ଏସବୁ ପାଣିଗୁଡ଼ିକ ଆମ ଶରୀର ପାଇଁ କେତେ ନିରାପଦ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରିପୋର୍ଟରୁ ଜଣାପଡିଛି ଯେ ପ୍ଲାଷ୍ଟିକ ବୋତଲରେ ଥିବା ପାଣିରେ ପଲିପ୍ରୋପିଲିନ,ନାଇଲନ ଓ ପଲିଏଥିଲିନ ଟେରେପଥଲେଟ୍ ରହିଛି । ଅର୍ଥାତ୍ ଆପଣ ଯଦି ପ୍ଲାଷ୍ଟକ ବୋତଲରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଶରୀରକୁ ଏସବୁ ମାରାତ୍ମକ ମାଇକ୍ରୋପ୍ଲାଷ୍ଟିକ ଯାଉଛି । ମାନବ ଶରୀର ଉପରେ ଏସବୁ ରାସାୟନିକ ପଦାର୍ଥ ଗୁରୁତର ପ୍ରଭାବ ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବେ କି କି ପ୍ରଭାବ ପଡିବ ସେ ନେଇ ଆଉ ଏକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।

ଭାରତରୁ ମଧ୍ୟ ନିଆଯାଇଛି ନମୂନା :
ମେସନ୍ ଭାରତରୁ ମଧ୍ୟ ନମୂନା ସଂଗ୍ରହ କରିଥିଲେ । ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସେ ଭାରତ ସହ ଅନ୍ୟ ୯ଟି ଦେଶରୁ ପାଣିର ନମୂନା ସଂଗ୍ରହ କରିଥିଲେ । ଏହି ୯ଟି ଦେଶ ମଧ୍ୟରୁ ଭ୍ାରତର ପଡୋଶୀ ଦେଶ ଚୀନ୍ ମଧ୍ୟ ସାମିଲ ଅଛି । ଏଥି ସହ ଆମେରିକା, ଇଣ୍ଡୋନେସିଆ, କେନିଆ, ଲେଓନାମ୍, ମେକ୍ସିକୋ ଏବଂ ଥାଇଲାଣ୍ଡ ପରି ଦେଶ ମଧ୍ୟ ସାମିଲ ଅଛନ୍ତି ।

କେତେକ ବଡ ବ୍ରାଣ୍ଡ ସାମିଲ :
ଭାରତ ସହ ଅନ୍ୟ ଦେଶ ଗୁଡିକରୁ ନିଆଯାଇଥିବା ନମୂନାରେ କେତେକ ନାମିଦାମୀ ବ୍ରାଣ୍ଡର ନମୂନା ମଧ୍ୟ ସାମିଲ ଅଛି । ଏଥିମଧ୍ୟରୁ ଏମିତି ବି କିଛି ବ୍ରାଣ୍ଡ ଅଛି ଯାହାକି ଭାରତରେ ବହୁତ ଅଧିକ ବିକ୍ରି ହୋଇଥାଏ । ପ୍ଳାଷ୍ଟିକ ର ଏହି ଅଂଶ ବୋତଲରେ ପାଣି ଭର୍ତ୍ତି କରିବା ସମୟରେ ବ୍ୟବହାର କରାଯାଇଥାଏ । ଏହି କାରଣରୁ ଏହା ପାଣିରେ ମିଶି ଯାଇଥାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଟ୍ୟାପ୍ ପାଣି ଅଧିକ ସୁରକ୍ଷିତ:

ସୋଧକର୍ତ୍ତାଙ୍କ ଅନୁସାରେ, ଟ୍ୟାପ୍ ବହୁତ ଭଲ ଏବଂ ଅଧିକ ସୁରକ୍ଷିତ । ସୋଧକର୍ତ୍ତାଙ୍କ ଏହି ରିସର୍ଚ୍ଚ କୁ ଆମେରିକାର ଏକ ବେସରକାରୀ ସଂସ୍ଥା ଏବଂ ମିଡିଆ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଏହି ସଂସ୍ଥା ଏକ ରିପୋର୍ଟ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା କି, ଟ୍ୟାପ୍ ପାଣିରେ ମଧ୍ୟ ପ୍ଳାଷ୍ଟିକର ଅଂଶ ମିଳିଥାଏ । କିନ୍ତୁ ମେସନଙ୍କ ଅନୁସାରେ, ଟ୍ୟାବ୍ ପାଣି ପ୍ୟାକିଂ ହୋଇଥିବା ପାଣିଠାରୁ ଅଧିକ ସୁରକ୍ଷିତ ।