ଏୟାରସେଲ୍ ମାକ୍ସିସ ଡିଲ୍ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଇଡିର ଜେରା : ଗିରଫଦାରୀ ଉପରେ ରୋକ୍ ଲଗାଇଲେ ପଟିଆଲା ହାଉସ୍ କୋର୍ଟ

39

କନକ ବ୍ୟୁରୋ: ଏୟାରସେଲ-ମାକ୍ସିସ ଡିଲ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସାମୟିକ ଆଶ୍ୱସ୍ତି । ଦିଲ୍ଲୀର ପଟ୍ଟିଆଲା ହାଉସ କୋର୍ଟ ଚିଦାମ୍ବରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି । ଏହି ରହିତାଦେଶ ୫ ଜୁନ ଯାଏଁ ଥିଲା । ଆଜି ସକାଳେ ମାମଲାରେ ହାଜର ହେବା ଲାଗି ଚିଦାମ୍ବରମ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଫିସରେ ପହଂଚିଥିଲେ ।

ଆଜି ସେଠାରେ ତାଙ୍କୁ ଜେରା କରାଯାଇଛି । ଆଇଏନଏକ୍ସ ମିିଡିଆର ଏକ ମାମଲାରେ ଚିଦାମ୍ବରମ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ଚିଦାମ୍ବରମଙ୍କ ନାଁର ଅଭିଯୋଗ ହେଉଛି କ୍ୟାବିନେଟ କମିଟିର ବିନା ଅନୁମୋଦନରେ ସେ ଏୟାରସେଲ-ମ୍ୟାକ୍ସକୁ ଅନୁମୋଦନ ଦେଇଥିଲେ । ଏହି ଡିଲ ୩ ହଜାର ୫ ଶହ କୋଟିର ଥିଲା । ଏହି ସମୟକେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ । ଏୟାରସେଲ-ମ୍ୟାକ୍ସିସ ଡିଲ ମାମଲାର ତଦନ୍ତ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ କରୁଛି । ଏଥିରେ ପି.ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ ଅଭିଯୁକ୍ତ ଅଛନ୍ତି ।