ଓସ୍କାର ଚିଟଫଣ୍ଡ କେଳେଙ୍କାରୀ : ଓଡ଼ିଶା ରାଜରାସ୍ତାରେ ଗୁଜରାଟ ଜମାକାରୀ

40

କନକ ବ୍ୟୁରୋ : ଜମା ଟଙ୍କା ପାଇବା ଆଶାରେ ପୁଣି ଥରେ ଓଡ଼ିଶାକୁ ଧାଇଁ ଆସିଛନ୍ତି ଗୁଜରାଟ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଏହା ସହ ଆଉ ଥରେ ତାଜା ହୋଇଛି ଓସ୍କାର ଠକେଇର ବଡ଼ କେଳେଙ୍କାରୀ । ଓସ୍କାର ଚିଟଫଣ୍ଡ ଚେର ଓଡିଶାରୁ ଲମ୍ବିଥିଲା ଗୁଜରାଟ ପର୍ଯ୍ୟନ୍ତ । ବଡ ବଡ ଲୋଭ ଦେଖାଇ ଏହି ଠକ କମ୍ଫାନୀ ଲୁଟି ନେଲା କୋଟି କୋଟି ଟଙ୍କା । ଗୁଜୁରାଟର ଅନେକ ଜମାକାରୀ ଶିକାର ହୋଇଥିଲେ ଏହି ଠକେଇରେ । ହାତରେ ଓସ୍କାର କଂପାନୀରେ ରସିଦ୍ ଧରି ଭୁବନେଶ୍ୱର ମାଷ୍ଟର କ୍ୟାଟିଂନ ଛକରେ ବିଷୋଭ ଓ ନାରା ବାଜି କରିଛନ୍ତି ଗୁଜରାଟର ଜମାକାରୀ ।

ଓସ୍କାର ଠକେଇର ତଦନ୍ତ କରୁଛି କ୍ରାଇମବ୍ରାଂଚର ଇଓଡବ୍ଲୁ । ଗତବର୍ଷ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଗିରଫ କରାଯାଇଥିଲା । ଚିଟଫଣ୍ଡ ଟଙ୍କାରେ ବାଳୁଙ୍ଗା ଟୋକା, ରଂଗିଲା ଟୋକା ସମେତ ୪ଟି ଓଡ଼ିଆ ଫିଲ୍ମ କରିଥିଲେ ପ୍ରଭାସ ରାଉତ । ସେପଟେ ଜମାକାରୀଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ଓଲିଉଡର ବହୁ ନାମୀ ଦାମୀ କଳାକାରଙ୍କ ନାଁ ମଧ୍ୟ ସଂଦେହ ଘେରକୁ ଆସିଥିଲା । ଉତ୍ତମ ମହାନ୍ତି, ପପୁ ପମପମ, ଜିନା, ଲିପି ଆଦି ଓଲିଉଡର କଳାକାର ଗୁଜରାଟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଓସ୍କାର ପାଇଁ ପ୍ରଚାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନିଜକୁ ନିର୍ଦ୍ଦୋଷ କହିବା ସହ ସବୁପ୍ରକାର ତଦନ୍ତର ସାମନା କରିବାକୁ କହିଥିଲେ ଏହି କଳାକାରମାନେ ।

ଓସ୍କାର ତଦନ୍ତ ଚାଲିଥିଲା ହେଲେ କିପରି କ୍ଷତିଗ୍ରସ୍ତ ସେମାନଙ୍କ ଟଙ୍କା ଫେରିପାଇବେ, ଏ ନେଇ କେହି ପ୍ରୟାସ ଆରମ୍ଭ କରିନଥିଲେ । ଏପଟେ ଗୁଜରାଟରେ ଥିବା ଓସ୍କାରର କୋଟି କୋଟି ଟଙ୍କାର ସଂପତି ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି ଗୁଜରାଟର ଜମାକାରୀ ।