ବିରଳ ଅସ୍ତ୍ରୋପଚାର ! ରୋଗୀଙ୍କ ପେଟରୁ ବାହାରିଲା ଷ୍ଟୋନ୍ , ଡାକ୍ତରଙ୍କୁ ଷ୍ଟୋନ୍ ଗଣିବା ପାଇଁ ଲାଗିଲା ୮ ଦିନ ।

45

କୋଟାରେ ଥିବା ଏମବିଏସ୍ ହସ୍ପିଟାଲର ସର୍ଜରୀ ବିଭାଗରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ଗଲବ୍ଲାଡ଼ରରୁ ୧୦ହଜାରରୁ ଅଧିକ ଷ୍ଟୋନ୍ ବାହାର କରାଯାଇଛି । ଏ ପର୍ୟ୍ୟନ୍ତ ପୃଥିବୀରେ ଷ୍ଟୋନ ବାହାର କରିବା ନେଇ କରାଯାଇଥିବା ଅପରେସନ୍ ମଧ୍ୟରୁ ଏହା ତୃତୀୟ ଅଦ୍ଭୁତ ଅସ୍ତ୍ରେପାଚାର ବୋଲି ଜଣା ପଡ଼ିଛି ।

ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡ଼ାକ୍ତର ନୀରଜଙ୍କ କହିବା ଅନୁଯାୟୀ, ସୁନ୍ଦରଲାଲ ନାମକ ବ୍ୟକ୍ତିଙ୍କର ପେଟ ବିନ୍ଧା ଏବଂ ବଦହଜମୀ ସମସ୍ୟା ଆଗରୁ ରହିଥିଲା । କିଛି ଦିନ ତଳେ ତାଙ୍କର ପେଟ ବିନ୍ଧା ଅଧିକ ବଢ଼ିଯିବାରୁ ଡ଼ାକ୍ତର ତାଙ୍କୁ ସୋନୋଗ୍ରାଫି କରିବା ପାଇଁ କହିଥିଲେ । ସୋନୋଗ୍ରାଫି ପରେ ତାଙ୍କ ପେଟରେ ଷ୍ଟୋନ୍ ହୋଇଥିବାରୁ ଡ଼ାକ୍ତର ତାଙ୍କୁ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ । ମେ ୨୨ରେ ତାଙ୍କର ଲେପ୍ରୋସ୍କୋପିକ୍ ସର୍ଜରୀ କରାଯାଇ ଗଲବ୍ଲାଡ଼ରରୁ ବାହାର କରାଯାଇଥିଲା । ପରେ ଗଲବ୍ଲାଡ଼ରକୁ ସଫା କରାଯିବା ସମୟରେ ଛୋଟ ଛୋଟ ୧୦ ହଜାରଟି ଷ୍ଟୋନ ଥିବା ଡ଼ାକ୍ତର ଦେଖିବାକୁ ପାଇଥିଲେ । ଡ଼ାକ୍ତର ନୀରଜଙ୍କ କହିବା ଅନୁଯାୟୀ ସୁନ୍ଦରଲାଲ୍ ଗଲବ୍ଲାଡ଼ରରେ ଆହୁରି ମଧ୍ୟ କିଛି ଛୋଟ ଛୋଟ ଷ୍ଟୋନ ରହିଛି ଯାହାକୁ ଗଣା ଯାଇ ପାରିନାହିଁ । ଦୁନିଆରେ ଏଭଳି ଘଟଣା ତୃତୀୟ । ଏହା ପୂର୍ବରୁ ପ୍ରଥମେ ପଶ୍ଚିମବଙ୍ଗର ଜଣେ ରୋଗୀଙ୍କ ପେଟରୁ ୧୧୯୫୦ ଟି ଷ୍ଟୋନ ବାହାର କରାଯାଇଥିଲା । ପରେ ଜୟପୁରରୁ ଜଣେ ରୋଗୀଙ୍କ ପେଟରୁ ୧୧୮୦୦ଟି ଷ୍ଟୋନ ବାହାର କରାଯାଇଥିଲା ।