ବୟାନ୍ ବଦଳାଇଲେ ଅଭିଯୁକ୍ତ ବିଧାୟକ : କହିଲେ, କଥା ସତ ହେଲେ ଟଙ୍କା ମାଗିବା ମିଛ

33

କନକ ବ୍ୟୁରୋ : କଥାବାର୍ତା ସତ ହେଲେ ଟଙ୍କା ମାଗିବା ମିଛ । ଆଲୋଚନା ହୋଇଛି ହେଲେ ଟଂକା ନେଇ କିଛି ବି ଡିଲ୍ ହୋଇନି । ଶିଳ୍ପ ପାଇଁ ଲାଂଚ ମାଗିବା ବିବାଦରେ ଛନ୍ଦି ହୋଇପଡିଥିବା ୪ ବିଜେଡି ବିଧାୟକଙ୍କ କଳା କାରନାମା କ୍ୟାମେରା ଲେନ୍ସରେ ଧରାପଡିଯିବା ପରେ ଏବେ ବୟାନþ ବଦଳାଇ ଦେଇଛନ୍ତି।

ବିଧାୟକମାନଙ୍କ ଆଉ ଏକ ଯୁକ୍ତି ହେଉଛି ସେମାନେ ଦଳିତ ଓ ଆଦିବାସୀ ହୋଇଥିବାରୁ ତାଂକୁ ଫସାଇ ଦିଆଯାଇଛି।

ଗୋଟିଏ ପଟେ ଦୁର୍ନୀତି ହଟାଇବାକୁ ବିଜେଡି ସରକାରର ନାରା ଆଉ ଗୋଟିଏ ପଟେ ଦୁର୍ନୀତିର ପଙ୍କରେ ବୁଡି ରହିଥିବା ନିଜ ଦଳର ବିଧାୟକ। ଏସବୁ ଭିତରେ ଆଗକୁ ପଂଚାୟତ ନିର୍ବାଚନର ଅଗ୍ନିପରୀକ୍ଷା । ତେଣୁ ନିଜ ଇମେଜ୍ ବଂଚାଇବାକୁ ନେତାଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି ।