କଳାହାଣ୍ଡି ପରେ ଦେବଗଡରେ ପିଆଜ ଚାଷୀଙ୍କ ଦୁଃଖ ! ସମବାୟ ମନ୍ତ୍ରୀ କହିଲେ, ବହୁତ ହୋଇଯାଇଛି ଉତ୍ପାଦନ ରଖିବାକୁ ଯାଗା ନାହିଁ

30

କନକ ବ୍ୟୁରୋ : କଳାହାଣ୍ଡିରୁ ଦେବଗଡ ଚାରିଆଡେ ପିଆଜ ଚାଷୀଙ୍କ ସମାନ ସ୍ଥିତି । ଦେବଗଡ ଜିଲ୍ଲାରେ ସର୍ବାଧିକ ପିଆଜ ଉତ୍ପାଦନ ହେଉଥିବା ରିଆମାଳ ଅଂଚଳରେ ଘରେ ଖଟତଳେ ଗଡୁଛି ପିଆଜ । ବର୍ଷତମାମ କଷ୍ଟ କରି ପିଆଜ ଉତ୍ପାଦନ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି ।

କାରଣ ଗତବର୍ଷ ଯେଉଁଠି କିଲୋପିଛା ୨୫ରୁ ୩୦ ଟଙ୍କାରେ ପିଆଜ ବିକ୍ରି ହେଉଥିଲା ଚଳିତବର୍ଷ ୭ରୁ ୮ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାୟ ୧୦୦ ଚାଷୀଙ୍କ ପାଇଁ ରହିଛି ୪ଟି ପିଆଜ ସାଇତା ଗୃହ । ଚଳିତବର୍ଷ ଅଧିକ ପିଆଜ ଉତ୍ପାଦନ ହୋଇଥିବାବେଳେ ଚାଷୀଙ୍କଠାରୁ ଖରିଦ କରିବା ପାଇଁ ବ୍ୟବସାୟୀଙ୍କର ଦେଖାନାହିଁ ।

ଆଉ ଚାଷୀଙ୍କ ମାଇବାପ ସାଜିଥିବା କୃଷି ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ବୟାନ ଅଜବ । ସମବାୟ ମନ୍ତ୍ରୀଙ୍କ ଯୁକ୍ତି ଅଧିକ ଉତ୍ପାଦନ ହୋଇଥିବାରୁ ସମସ୍ୟା ଉପୁଜିଛି । ସେପଟେ କୃଷମନ୍ତ୍ରୀଙ୍କ ପାଖରେ ନାହିଁ ଚାଷୀଙ୍କ ଅଭାବୀ ବିକ୍ରିର ଖବର । କହିଛନ୍ତି ଉତ୍ପାଦନର କିଭଳି ମାର୍କେଟ ଲିଂକେଜ କରାଯିବ ସେନେଇ ପଦକ୍ଷେପ ନେବେ ।