ଗତ କିଛିଦିନ ହେଲା ମହାନଦୀକୁ ନେଇ ବହୁତ ଗୁଡାଏ ତର୍କ ବିତର୍କ ହୋଇ ରାଜନୀତିକୁ ସରଗରମ କରିଛି। ମହାନଦୀ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସବୁବେଳେ ସ୍ୱାଧୀନ ଭାବରେ ନିଜର ମତ ରଖି ଆସିଛନ୍ତି । ଯାହା ବାସ୍ତବିକ, ଏବଂ ସତ୍ୟ ତାକୁ ଲୋକ ଜାଣିବା କଥା ବୋଲି ମତ ରଖିଛନ୍ତି ବିଜୟ ମହାପାତ୍ର । ମହାନଦୀ ଜଳ ବିବାଦ ସଂପର୍କରେ ଲୋକଙ୍କ ପାଖରେ ଯଥେଷ୍ଟ ଚିତ୍ର ନାହିଁ, ସେହି ଚିତ୍ରକୁ ଲୋକଙ୍କ ପାଖରେ ପହଂଚାଇବାର ଦାୟିତ୍ୱ କେବଳ ସେ ନେଇଥିବା କଥାକୁ ସ୍ୱୀକାର କରିଛନ୍ତି ବିଜୟ ମହାପାତ୍ର । ଓଡିଶାର ସ୍ୱାର୍ଥସମ୍ମିଳିତ ତଥ୍ୟକୁ ନେଇ ଆଗକୁ ଯିବାର ଆଜି ଆବଶ୍ୟକତା ରହିଛି । ମହାନଦୀ ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ସହିତ ବିସ୍ତୃତ ସାକ୍ଷାତକାର ଦେଖିବା  ୱାନ୍ ଟୁ ୱାନର ଏହି ଏପିସୋଡରେ :