ୱାନ୍ ଟୁ ୱାନରେ ଅଭିନେତ୍ରୀ ଉପାସନାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

26

ଅଭିନେତ୍ରୀ ଉପାସନା ମହାନ୍ତି କାଷ୍ଟିଂ କାଉଚ ଅଭିଯୋଗ ମାମଲା। ଗିରଫଦାରି ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ରାଜେଶ ପତି । ଅଭିନେତ୍ରୀ ଉପାସନା ମହାନ୍ତିଙ୍କ ବୟାନ ରେକର୍ଡ କରିଛି ପୁଲିସ୍ । ଉପାସନାଙ୍କ ଏତଲାକୁ ଭିତିକରି ୧୬୧ ଧାରାରେ ଲକ୍ଷ୍ମୀ ସାଗର ଥାନାରେ ବୟାନ ରେକର୍ଡ କରାଯାଇଛି । ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଉପାସନା ମହାନ୍ତି । ରାଜେଶ ପତି ତାଙ୍କୁ ଏକୁଟିଆ ଡିସ୍କୋକୁ ଡାକିବା ସହ ସୁଟିଂ ସେଟରେ ଟଣାଓଟରା କରୁଥିବାର ଅଭିିଯୋଗ କରିଥିଲେ । ସେହିପରି ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ । ଏହି ଚର୍ଚ୍ଚିତ ପ୍ରସଙ୍ଗ ବିଷୟରେ ଜାଣିବା ପାଇଁ ଦେଖିବା ଅଭିନେତ୍ରୀ ଉପାସନାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ୱାନ୍ ଟୁ ୱାନର ଏହି ଏପିସୋଡରେ ।