ବରିକିଆ ଆଦିବାସୀ ଗାଁକୁ ଛୁଇଁ ପାରିନି ସରକାରୀ ଯୋଜନା, ଶିଶୁଙ୍କ ଖାଦ୍ୟ କହିଲେ ଭାତ ସାଙ୍ଗକୁ ଲୁଣ ଆଉ ପିଆଜ

59

କନକ ବ୍ୟୁରୋ : ଗୋଟିଏ ନଗଡାକୁ ସଜାଡିବା ପାଇଁ ସରକାର ଉଦ୍ୟମ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ନଗଡାର ଦୃଶ୍ୟ । ଯେଉଁଠି ଭାତ ସହ ଲୁଣ ପିଆଜ ଖାଇ ଅପପୁଷ୍ଟିର ଶିକାର ହେଉଛନ୍ତି ଆଦିବାସୀ ଶିଶୁ । ଆଉ ପୃଷ୍ଟିକାର ଖାଦ୍ୟ ଅଭାବରେ ଠିଆ ହେବାକୁ ଅସମର୍ଥ ୫ ବର୍ଷର ଶିଶୁ ।

 

 

 

 

 

 

 

 

ଅସଜଡା ନଗଡାକୁ ସଜାଡିବା ପାଇଁ ଉଦ୍ୟମ କରୁଛନ୍ତି ସରକାର । ଅପପୁଷ୍ଟ ଜନିତ ଶିଶୁମୃତ୍ୟୁ ଘଟଣା ପରେ ଯାଜପୁର ପାହାଡ ଉପରେ ନଗଡାରେ ବିକାଶ ପହଂଚାଇବା ପାଇଁ ଅଂଟା ଭିଡିଛନ୍ତି ସରକାର । ହେଲେ ଏମିତି ଆହୁରି ଅନେକ ନଗଡା ରହିଛି, ଯେଉଁଠି ଏବେ ବି ଅପପୁଷ୍ଟର ଶିକାର ଆଦିବାସୀ ଶିଶୁ । ୫ ବର୍ଷର ଶିଶୁ ଠିଆ ହେବାକୁ ମଧ୍ୟ ଅସମର୍ଥ । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବରିକିଆ ଆଦିବାସୀ ଗାଁକୁ ଛୁଇଁ ପାରିନି ସରକାରୀ ଯୋଜନା । ନଗଡାକୁ ରାସ୍ତା ନଥିବା ବେଳେ ଏଠାରେ କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ଅଙ୍ଗନୱାଡି କେନ୍ଦ୍ର ଅଛି । ହେଲେ ଏଠାକାର ଶିଶୁଙ୍କ ଦେଖିଲେ ଅପପୁଷ୍ଟ ଜଳଜଳ ହୋଇ ଦିଶୁଛି ।

ବରିକିଆ ଅପପୃଷ୍ଟିର ଚିତ୍ର ଦେଖି ହତବାକ୍ ହୋଇଯାଇଛନ୍ତି ବାଲିଗୁଡା ଉପଜିଲ୍ଲାପାଳ । ଜିଲ୍ଲା ପ୍ରଶାସନର ଏକ ଟିମ୍ ଖୁବ୍ ଶୀଘ୍ର ଘଟଣା ସ୍ଥଳକୁ ଯାଇ ଅପପୁଷ୍ଟିର ଶିକାର ଶିଶୁଙ୍କୁ ଚିହ୍ନଟ କରିବେ ବୋଲି ସେ କହିଛନ୍ତି । ପରେ ସେମାନଙ୍କୁ ପୃଷ୍ଟି ସାଧନ କେନ୍ଦ୍ରରେ ରଖି ଚିକିତ୍ସା କରାଯିବ । ଏହାସହ ଏହି ଅଂଚଳରେ ସରକାରୀ ଯୋଜନାକୁ ପଂଚାଇବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ । ପାହାଡ ଉପରେ ଥିବା ବରିକିଆର ଶିଶୁଙ୍କ ଖାଦ୍ୟ କହିଲେ ଭାତ ସାଙ୍ଗକୁ ଲୁଣ ଆଉ ପିଆଜ ।