ରଥଟଣା ବେଳେ ଅଘଟଣ । ପବିତ୍ର ବାହୁଡ଼ା ଯାତ୍ରାରେ ଚଢ଼ିଗଲା ରଥ ଚକ ଘଟଣାସ୍ଥଳରେ ହିଁ ଚାଲିଗଲା ଭକ୍ତଙ୍କ ଜୀବନ

37

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ରଥଯାତ୍ରାବେଳେ ଅଘଟଣ । ପଟ୍ଟାମୁଣ୍ଡାଇ ସହରର ପତିତପାବନ ମନ୍ଦିର ରଥ ଇଛାପୁର ମାଉସୀମା ମନ୍ଦିର ଫେରୁଥିବାବେଳେ ରଥ ଚକା ତଳେ ପଡି ଜଣେ ଭକ୍ତର ମୃତ୍ୟୁ ହୋଇଛି । ମୃତକ ଜଣକ ଅଳଭା ଗ୍ରାମର ନିରାକାର ଜେନା ବୋଲି ଜଣାପଡିଛି । ପୋଳିସ ଖବର ପାଇଁ ମୃତ ଦେହ ଜବତ କରିଛି । ଅଘଟଣ ପରେ ରଥାରୂଢ଼ ଶୀଜିଉଙ୍କୁ ମହାସ୍ନାନ କରାଯାଇଛି । ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି ।

ସୂଚନା ମୁତାବକ, ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ପତିତପାବନଜିଉଙ୍କ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ବକ୍ତାରପୁରସ୍ଥିତ ମାଉସୀ ମା’ ମନ୍ଦିରରୁ ଶ୍ରୀଜିଉଙ୍କ ରଥକୁ ପୋଖରୀଆପଡ଼ାସ୍ଥିତ ମନ୍ଦିର ନିକଟକୁ ଟାଣି ନେଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ରଥକୁ ମନ୍ଦିର ବେଢ଼ାକୁ ନିଆଯିବା ବେଳେ ରଥ ଟାଣୁଥିବା ନିରାକାର ଭାରସାମ୍ୟ ହରାଇ ରଥ ଚକ ତଳେ ପଡ଼ି ଯାଇଥିଲେ। ଅଧିକ ବେଗ ଥିବାରୁ ରଥକୁ ରୋକାଯାଇ ପାରି ନ ଥିଲା ଓ ରଥ ଚକ ତାଙ୍କ ବେକ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।