ଆସିଲାନି ଆମ୍ବୁଲାନ୍ସ, ୬କିଲୋମିଟର ବାଟ ଭାରରେ ବୁହାହେଲେ ପ୍ରସୂତି ! ଭବାନୀପାଟଣାରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା

50

କନକ ବ୍ୟୁରୋ : ଭାରରେ ବୁହାହେଲେ ଗର୍ଭବତୀ । ଆମ୍ବୁଲାନ୍ସ ନଆସିବାରୁ ଗର୍ଭବତୀଙ୍କୁ ଭାର କରି ବୋହିନେଲେ ସମ୍ପର୍କୀୟ । କଳାହାଣ୍ଡି ଜିଲ୍ଲା କାଂସକୁଣ୍ଡେଇ ଗାଁର ମାଳତି ମାଝୀଙ୍କୁ ଡାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ଠିକଣା ସମୟରେ ଆମ୍ବୁଲାନ୍ସ ନପହଂଚିବାରୁ ବାଧ୍ୟ ହୋଇ ସମ୍ପର୍କୀୟ ମାନେ ତାଙ୍କୁ ଭାର ସାହାଯ୍ୟରେ ବୋହି ନେଇଥିଲେ ।

ତାଙ୍କୁ ଭାରରେ ବୋହି ତ୍ରିଲୋଚନପୁର ପଂଚାୟତକୁ ନିଆଯାଇଥିଲା । ପରେ ଏକ ଟାଟା ମ୍ୟାଜିକ ଗାଡି ଦ୍ୱାରା ତାଙ୍କୁ ଲାଂଜିଗଡକୁ ନିଆଯାଇଥିଲା । ମାଳତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ପୁଣି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଚିକତ୍ସା ପାଇବାରେ ବିଳମ୍ବ ହେବା ଯୋଗୁଁ ସେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  ।