ବିଜେପିରେ ମିଶିଲେ ଅପରାଜିତା ! ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ

86

କନକ ବ୍ୟୁରୋ: ବିଜେପିରେ ମିଶିଲେ ଅପରାଜିତା । ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଅପରାଜିତା ମହାନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଅପରାଜିତା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୈରିକ ଟୋପି ପିନ୍ଧାଇ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅନ୍ୟ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଦଳରେ ମିଶିବା ପରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି ଅପରାଜିତା । ମାତ୍ର କିଛି ଦିନ ତଳେ କଂଗ୍ରେସରୁ ସେ ଇସ୍ତଫା ଦେଇଥିଲେ ।