ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା ଆରମ୍ଭ! ବେଳା ଭୂମିରେ ମାଳ ମାଳ କଇଁଛଙ୍କ ସମାଗମ

81

କନକ ବ୍ୟୁରୋ : ଉପକୂଳବର୍ତି ଅଂଚଳରେ ଥିବା ବାଲିଦ୍ୱୀପ ଗୁଡ଼ିକରେ ଆରମ୍ଭ ହୋଇଛି ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା । ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭ ରିଡ଼ଲେଙ୍କ ମିଳନଋତୁ ଆରମ୍ଭ ହୋଇଥବାବେଳେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଗ ଅନୁକୁଳ ଥିବା ବେଳେ ଏମାନେ ଅଣ୍ଡଦାନ ପାଇଁ ବାଲଦ୍ୱୀପଗୁଡ଼ିକୁ ବାଛି ନେଇଛନ୍ତି ।

ବଙ୍ଗୋପସାଗରର ଉପକୂଳବର୍ତି ଅଂଚଳ ଧାମରା ମୁହାଣ, ବରୁଣେଇ, ଅଗରନାସୀ, ପେଣ୍ଠ, ସାତଭାୟା, ଗହୀରମଥା ଆଦି ବେଳାଭୁମିରେ ସମୁହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କଇଁଛ ଓ ଅଣ୍ଡାଗୁଡ଼ିକର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।