ତୃଷାର୍ତ୍ତ କୁକୁରକୁ ହାତରେ ପାଣି ପିଆଇ ଚର୍ଚ୍ଚା ସାଉଁଟିଲେ ବୃଦ୍ଧ ବ୍ୟକ୍ତି : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାନବିକତାର ଉଦାହରଣ ବୁଝାଉଥିବା ଏହି ଭିଡିଓ ।

111

ଅନେକ ଲୁକ୍କାୟିତ ପ୍ରତିଭାକୁ ନୂତନ ଦିଗ ଦେଲା ଭଳି ଲୋକଙ୍କ ମଧ୍ୟରେ ମାନବିକତାକୁ ଜାଗୃତ କରାଉଥିବା ପ୍ଲାଟଫର୍ମ ଟି ହେଉଛି ଇଣ୍ଟରନେଟ୍ । ଆଗରୁ ମାନବିକତା ଶବ୍ଦଟି ସମାଜରୁ ଉଭେଇ ଯାଇଥିବା ବେଳେ ଏବେ ଇଣ୍ଟରନେଟ୍ ରେ ଏଭଳି କିଛି ଭିଡିଓ ସେୟାର୍ ହେଉଛି ଯାହାକୁ ଦେଖି ଲୋକମାନଙ୍କ ଭିତରେ ମାନବିକତା ଜାଗ୍ରତ ହୋଇଛି । ଏଭଳି ଆଉ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯାହା ଲୋକଙ୍କୁ ଖୁବ୍ ଭଲଲାଗିଛି ।

ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ଗୋଟିଏ ବୁଲା କୁକୁରକୁ ନିଜ ହାତରେ ପାଣି ପିଆଉଥିବାର ଦେଖାଯାଇଛି । ଦୁଇ ପାପୁଲିରେ ପାଣି ନେଇ ବ୍ୟକ୍ତି ଜଣକ କୁକୁରକୁ ପାଣି ପିଆଉଛନ୍ତି , କୁକୁରଟି ମଧ୍ୟ ଖୁବ୍ ପ୍ରେମରେ ପାଣି ପିଉଛି । ଏହି ଭିଡିଓଟିକୁ ଆଇଏଫଏସ୍ ଅଫିସର ସୁଶାନ୍ତ ନନ୍ଦା ପୋଷ୍ଟ୍ କରିଛନ୍ତି । ସେ ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି , ଯାହାଙ୍କୁ ଆପଣ ସାହାଯ୍ୟ କରୁଛନ୍ତି ସେ ପୁନର୍ବାର ଆବଶ୍ୟକ ପଡିଲେ ଆପଣଙ୍କୁ ସାହାଯ୍ୟ କରିପାରିବ ନାହିଁ ଜାଣିି ସୁଦ୍ଧା ଆପଣ ଯଦି ତାକୁ ସାହାଯ୍ୟ କରୁଛନ୍ତି ତେବେ ଜାଣିନିଅନ୍ତୁ ଯେ ଆପଣଙ୍କ ଦିନଟି ଖୁବ୍ ଭଲରେ ଉପଭୋଗ କରିବାକୁ ଯାଉଛନ୍ତି । ବୃଦ୍ଧ ବ୍ୟକ୍ତିଙ୍କ ହାତ ପାପୁଲିର ପାଣିକୁ ତୃଷାର୍ତ୍ତ କୁକୁରଟି ପିଉଥିବାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି । ଯାହାକୁ ଲୋକମାନେ ଭୁରି ଭୁରି ପ୍ରଶଂସା ମଧ୍ୟ କରୁଛନ୍ତି ।