ପ୍ରଧାନ ଶିକ୍ଷକଙ୍କ ତ୍ରୁଟି ପାଇଁ ବାଜିରେ ଲାଗିଲା ଛାତ୍ରର ଭବିଷ୍ୟତ । ଜାଣିଶୁଣି କଲେ ଫର୍ମ ପୂରଣ, ମାଟ୍ରିକ ପରୀକ୍ଷା ଦେବାକୁ ଆଉ ବର୍ଷେ ଅପେକ୍ଷା କରିବେ ବୋଲଗଡର ସଂଜୟ ।

708

କନକ ବ୍ୟୁରୋ : ଭୁଲ କଲେ ପ୍ରଧାନ ଶିକ୍ଷକ , ଅନ୍ଧାରକୁ ଠେଲି ହୋଇଗଲା ଛାତ୍ରର ଭବିଷ୍ୟତ । ପ୍ରଧାନ ଶିକ୍ଷକଙ୍କ ଭୁଲ ଯୋଗୁଁ ମାଟ୍ରିକ୍ ପରୀକ୍ଷା ଦେବାରୁ ବଂଚିତ ହେଲେ ଆଦିବାସୀ ଛାତ୍ର । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କୋଲୁହପାଟଣାରୁ ଆସିଛି ଏଭଳି ଏକ ଖବର । ପ୍ରଧାନ ଶିକ୍ଷକ ଫର୍ମ ପୂରଣ ପାଇଁ ପଇସା ନେଲେ, ହେଲେ ଜାଣିଶୁଣି ସଂଜୟ ନାୟକଙ୍କ ଫର୍ମ ପୂରଣ କରିନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ପ୍ରଧାନ ଶିକ୍ଷକଙ୍କ ଏହି ଖାମଖିଆଲ ନୀତି ଯୋଗୁଁ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ସଂଜୟଙ୍କ ଗୋଟିଏ ବର୍ଷ ବେକାରରେ ଯାଇଛି । ଅନ୍ୟପଟେ ତମ ପୁଅ ଆସନ୍ତା ବର୍ଷ ପରୀକ୍ଷା ଦେବ କହି ପରିବାର ଲୋକଙ୍କ ମୁହଁ ପ୍ରଧାନ ଶିକ୍ଷକ ଚୁପ୍ କରିଦେଇଥିବା ଅଭିଯୋଗ ମଧ୍ୟ ହେଉଛି । ଏନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଛାତ୍ରଙ୍କ ଜାତିଗତ ପ୍ରମାଣପତ୍ର ଓ ଆଧାର କାର୍ଡରେ ତ୍ରୁଟି ଥିବାରୁ ଫର୍ମଫିଲପ କରାଯାଇନଥିବା ସେ କହଛନ୍ତି ।