ଭାଷା ଆନ୍ଦୋଳନକାରୀଙ୍କ କଳାପତାକା ଛଡାଇଲା ପୁଲିସ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଭାଷା ଆନ୍ଦୋଳନ ପକ୍ଷରୁ ଚାଲିଥିବା କଳା ପତାକା ପଟୁଆରବେଳେ କଳାପତାକା ଛଡାଇ ନେଲା ପୁଲିସ । ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ଯାଉଥିବାବେଳେ ନାଲିଆଖି ଦେଖାଇଲା ପୁଲିସ । ଓଡିଆ ଭାଷାରେ ଓଡିଶା ଶାସନ ଦାବି ସାରା ରାଜ୍ୟରେ ଦାନା ବାନ୍ଧୁଥିବାବେଳେ ଏହାକୁ ଦମନ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନ ୫ଟାରେ ବିଧାନସଭା ଆଗରେ ପଦଯାତ୍ରାରେ ବାହାରି ରାଜଭବନ ନିକଟ ମଧୁସୂଦନଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଯାଉଥିବାବେଳେ  ସବ୍ୟସାଚୀ ମହାପାତ୍ରଙ୍କ ସମେତ ଅନ୍ୟମାନଙ୍କୁ ଅଟକାଇ ଦେଇଛି  ପୁଲିସ । ଏପରିକି ହାତରୁ ଜୋରଜବରଦସ୍ତ କଳା ପତାକା  ନେଇଛି । ଏହାକୁ ନେଇ ଅପ୍ରିତୀକର ପରିସ୍ଥିତି ଉପୁଜିଥିଲା । ତୀବ୍ର ପ୍ରତିବାଦର ୩୦ ମିନିଟ ପରେ ପୁଲିସ  କଳା ପତାକା ଫେରାଇ ଦେଇଥିବା ସୂଚନା ମିଳିଛି । ତେବେ ପୋଲିସ କେଉଁ ଅଧିକାରରେ କଳା ପତାକା ଛଡାଇଲା ବୋଲି ପ୍ରଶ୍ନ କରିଛନ୍ତି  ଆନ୍ଦୋଳନକାରୀ ।