ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନର ଟେଣ୍ଡର ପ୍ରକ୍ରିୟା ଆରମ୍ଭ

41

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ଷ ୨୦୧୬/୨୦୧୭ ପାଇଁ ଏହି ପ୍ରକ୍ରିୟା ଗତ ଶନିବାରରୁ ଆରମ୍ଭ ହୋଇଛି । ଏହି ଟେଣ୍ଡରର ଅଟଳଳ ବ୍ୟୟ ମୂଲ୍ୟ ୨୩୯କୋଟି ରହିବ । ୪୨୬ ପ୍ରକାରର ଔଷଧ ପାଇଁ ଏହି ଟେଣ୍ଡର ପ୍ରକ୍ରିୟା କରାଯାଉଛି । ଔଷଧ ତିଆରି କରିବାରେ ୨ ବର୍ଷର ଅଭିଜ୍ଞତା ଥିବା କମ୍ପାନୀଗୁଡିକ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ । ଆସନ୍ତା ଜୁନ ୪ ତାରିଖରେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉଥିବା କମ୍ପାନୀମାନଙ୍କ ସହ ବୈଠକ ଡକାଇଛି ଓଡିଶା ମେଡିକାଲ କର୍ପୋରେସନ । ଜୁନ୍ ୩ରୁ ଜୁଲାଇ ୪ ମଧ୍ୟରେ ଅନଲାଇନରେ ଫର୍ମ ଦାଖଲ କରିହେବ ।