ବିକଳ୍ପ ଶକ୍ତି ଉତ୍ସ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସରକାରୀ ଅଫିସ ଓ କୋଠାରେ ସୌରବିଦ୍ୟୁତ ବ୍ୟବସ୍ଥାର ଶୁଭାରମ୍ଭ

21

କନକ ବ୍ୟୁରୋ : ବିକଳ୍ପ ଶକ୍ତି ଉତ୍ସ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ ପଦକ୍ଷେପ । ବିଭିନ୍ନ ସରକାରୀ ଅଫିସ ଓ କୋଠାରେ ସୌରବିଦ୍ୟୁତ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହାକୁ ଆଜି ଜୟଦେବ ଭବନଠାରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜୟଦେବ ଭବନ ଛାତ ଉପରେ ୬୦ କିଲୋୱାଟ କ୍ଷମତା ସଂପନ୍ନ ପାନେଲ ଲାଗିଛି । ଏଥିପାଇଁ ଓପିଟିସିଏଲକୁ ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କୋଠାରେ ସୈାର ବିଦ୍ୟୁତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ରହିଥିଲେ ।