ବିଜେପିକୁ ମିଶନ ୧୨୦ ଚିନ୍ତା ! ଶାହାଙ୍କ ମିଶନ ୧୨୦ ଟାସ୍କ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା

39

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବଭାରତକୁ ଦଖଲ କରିବା ଦାୟିତ୍ୱ ଦଳର ଚାଣକ୍ୟ, ଅଧ୍ୟକ୍ଷ ଅମିତ ଶାହା ନେଇଛନ୍ତି । ସେଥିପାଇଁ ବିଜେପି ଚାଣକ୍ୟ ଅମିତ ଶାହା ୧୨୦ ମିଶନର ଟାସ୍କ ରାଜ୍ୟ ନେତୃବୃନ୍ଦମାନଙ୍କୁ ଦେଇଥିଲେ । ଯାହାର ଷ୍ଟାଟସ ରିପୋର୍ଟ ପ୍ରସ୍ତୁତି ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଉପସ୍ଥିତିରେ ହୋଇଛି ମିଶନ ୧୨୦ର ମାନସ ମନ୍ଥନ । ଗତ ଜୁଲାଇ ମାସରେ ଅମିତ ଶାହା ଦଳୀୟ ସାଂଗଠନିକ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ସହିତ ୧୨୦ ମିଶନର ରଣନୀତିରେ କ’ର ଉନ୍ନତି ହୋଇଛି ତାକୁ ନେଇ ସମୀକ୍ଷା ବୈଠକ କରିଥିଲେ ।

ସୂଚନା ମୁତାବକ ଗତବର୍ଷ ପଞ୍ଚାୟତ ନିର୍ବାଚନ ପରେ ବୁଥ କମିଟି ଗଠନ ଯୋଜନା କାର୍ୟ୍ୟକାରୀ କରିବା ପାଇଁ ଅମିତ ଶାହା ମନ୍ତ୍ରଣା ଦେଇଥିଲେ । ରାଜ୍ୟରେ ପାଖାପାଖି ୩୬ ହଜାର ପୁଲିଙ୍ଗ ବୁଥ ଥିବାବେଳେ ବିଜେପି ୨୨ ହଜାର ପୁଲିଙ୍ଗ ବୁଥରେ ବୁଥ୍ କମିଟି ଗଠନ କରିଛି ବୋଲି ଅମିତ ଶାହାଙ୍କ ସମୀକ୍ଷା ବୈଠକରେ ଜଣାଇଥିଲେ । ଏହାସହ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ବାକିଥିବା ପୁଲିଙ୍ଗ ବୁଥ୍ ରେ ବୁଥ୍ କମିଟି ଗଢ଼ିବା କାର୍ୟ୍ୟ ତୁରନ୍ତ ଶେଷ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅମିତ ଶାହା ବୋଲି ବିସ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Exclusive Interview With Union Minister Dharmendra Pradhan

ତେଣୁ ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜପେିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଉପସ୍ଥିତିରେ ହୋଇଛି ମିଶନ ୧୨୦ର ସମୀକ୍ଷା ବୈଠକ । ମିଶନ ୧୨୦ର ଟାସ୍କ ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବୋଲି ସୁଚନା ମିଳିଛି । କିନ୍ତୁ ଅନ୍ୟପଟେ ବାକିଥିବା ପୁଲିଙ୍ଗ ବୁଥରେ ବୁଥ କମିଟି ଗଠନ କରିବାରେ ସମସ୍ୟା ଉପୁଜିଥିବା ନେଇ ଚିନ୍ତାରେ ରାଜ୍ୟ ବିଜେପି । ଫଳରେ ବିଜେପିର ମିଶନ ୧୨୦ର ସ୍ୱପ୍ନ ଅଧୁରା ଭଳି ଏବେଠୁ ଲାଗୁଛି । “ବୁଥ୍ ରେ ବିଜୟ ମାନେ ନିର୍ବାଚନରେ ବିଜୟ” ଅମିତ ଶାହାଙ୍କ ମୂଳ ମନ୍ତ୍ର କୁ ସାଥିରେ ଧରି ଅଗଷ୍ଟ ୧୫ ସୁଦ୍ଧା ୧୨୦ ମିଶନର ଟାସ୍କ ରିପୋର୍ଟ ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଅମିତ ଶାହାଙ୍କୁ ଦେବ ରାଜ୍ୟ ବିଜେପି ।
ଓଡିଶା ଦାୟିତ୍ୱରେ ଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି, ବିଜେପି ବିଧାୟକ ଦଳ ନେତା, ଓଡିଶା ପ୍ରଭାରୀଙ୍କ ସହ ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନେ ଦିଲ୍ଲୀରେ ହେବାକୁଥିବା କାର୍ଯ୍ୟକାରିଣୀ ବୈଠକରେ ଅମିତ ଶାହାଙ୍କୁ ଦେବେ ମିଶନ ୧୨୦ ଷ୍ଟାଟସ ରିପୋର୍ଟ ।