ଓଡିଶାରେ କାହିଁକି ଫେଲ୍ ମାରିଲା ମିଶନ ୧୨୦? ସାଧାରଣ ନିର୍ବାଚନରେ ପରାଜୟର ପୋଷ୍ଟମର୍ଟମ କରୁଛି ବିଜେପି

369

କନକ ବ୍ୟୁରୋ: ଓଡିଶାରେ ମିଶନ ୧୨୦ ଫେଲ ନେଇ କାରଣ ଖୋଜୁଛି ଭାରତୀୟ ଜନତା ପାର୍ଟି । ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଫଳାଫଳକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କୋରକମିଟି ବୈଠକରେ ଏନେଇ ହୋଇଛି ମାନସ ମନ୍ଥନ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କାରଣ ଖୋଜା ଚାଲିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଛି । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ କାହିଁକି ପରାଜିତ ହେଲେ ସେ ନେଇ ଆଲୋଚନା ହୋଇଛି । ଏବଂ ରାଜ୍ୟରେ ବିଜେପିର ଭୋଟ ହାର ବୃଦ୍ଧି ପାଇଥିବାବେଳେ ୧୨୦+ ମିଶନ୍‌ ବିଫଳ ହୋଇଥିଲା ଏବଂ ସରକାର ଗଢ଼ିବାରୁ ମଧ୍ୟ ଦଳ ବଂଚିତ ରହିଲା । କେଉଁଠି ଦଳର ଯୋଜନା ବିଫଳ ହେଲା ଏବଂ କ’ଣ ପାଇଁ ଦଳକୁ ଏଭଳି ସ୍ଥିତିର ସମ୍ମୁଖୀନ ହେଲା ତାହା ଉପରେ ମାନସ ମନ୍ଥନ ହୋଇଛି ।