ସତର୍କ ରୁହ ୧୨ ଜିଲ୍ଲା ! ସନ୍ଧ୍ୟା ୫ଟା ସୁଦ୍ଧା ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

2,443

କନକ ବ୍ୟୁରୋ: ରାଜ୍ୟର ୧୩ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ଯାଜପୁର ଏବଂ କଟକ ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଗତକାଲି କେରଳ ଛୁଇଁଛି ମୌସୁମୀ ବୋଲି ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ମୌସୁମୀ ଛୁଇଁବା ପରେ କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ଆସନ୍ତା ସପ୍ତାହକ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଖରା ଏବଂ କୋହଲା ପାଗ ମଧ୍ୟରେ ଲୁଚକାଳି ଲାଗି ରହିଥିଲା । ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।