ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ! ପିସି କାରବାର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା, ୩ଟା ଯାଏଁ ଗୃହ ମୁଲତବୀ

32

କନକ ବ୍ୟୁରୋ: ପିସି ପ୍ରସଙ୍ଗ ନେଇ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ପିସି କାରବାର ନେଇ ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ କରାଯାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ପିସି ବନ୍ଦର ଆହ୍ୱାନ ଦେଇଛନ୍ତି । ହେଲେ ତା ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ବାଚସ୍ପତି ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଲୋଚନା ବନ୍ଦ କରିଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ, ପିସି କାରବାର ନେଇ ବିଜେପି ନେତା ରବି ନାୟକ ପ୍ରତିକ୍ରିୟା ରଖିଛନ୍ତି । ତୃତୀୟ ମହଲାରୁ ଆରମ୍ଭ କରି ସବୁଆଡେ ପିସି କାରବାର ଚାଲିଥିବା ରବି ନାୟକ ଅଭିଯୋଗ କରିଛନ୍ତି । ପିସି କାରବାର ଯୋଗୁଁ କାମର ମାନ ଖରାପ ହେଉଛି ଏଣୁ ସରକାର ତୁରନ୍ତ ଲୋକାୟୁକ୍ତ ଗଠନ କରନ୍ତୁ ବୋଲି ରବି ଦାସ କହିଛନ୍ତି ।

ତେବେ ଗତକାଲି ମଧ୍ୟ ଶୂନ୍ୟକାଳରେ ଉଠିଥିଲା ପିସି ପ୍ରସଙ୍ଗ । ନରସିଂହ ମିଶ୍ର ଏହାର ଉଦାହରଣ ନେଇ କହିଥିଲେ ଯେ, ବଲାଙ୍ଗୀର ବ୍ଲକରେ ଜଣେ ଦୁର୍ନୀତିଗ୍ରସ୍ତ ଆସିଷ୍ଟାଂଟ ଇଞ୍ଜିନିୟରଙ୍କୁ ଅଣାଗଲା । ଠିକ୍ ଭାବେ କାମ କରୁଥିବା ଯନ୍ତ୍ରୀଙ୍କୁ ସ୍ଥାନୀୟ ସାଂସଦ ବଦଳାଇ ଦେଲେ । ସ୍ଥାନୀୟ ସାଂସଦଙ୍କ ପତ୍ର ଏହା ପ୍ରମାଣିତ କରୁଛି । ସେପଟେ ପିସି ପ୍ରସଙ୍ଗରେ ଦୃତୀୟ ମହଲାକୁ ମଧ୍ୟ ଟାର୍ଗେଟ କରିଥିଲେ ବିରୋଧୀଦଳ ମୁଖ୍ୟ ସଚେତକ । ତାରା ପ୍ରସାଦ ବାହିନୀପତି କହିଥିଲେ, ତୃତୀୟ ମହଲା ହେଉଛି ଦୁର୍ନୀତିର ଗନ୍ତାଘର । ତୃତୀୟ ମହଲା ଇଂଗିତରେ ଚାଲିଛି ଲାଂଚ କାରବାର । ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଦୁର୍ନୀତି । କିନ୍ତୁ ସରକାର ପିସି କାରବାର ବନ୍ଦ କରିବା ନେଇ ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା କୁମ୍ଭୀର କାନ୍ଦଣା ସାଙ୍ଗରେ ସମାନ ।

ଏସବୁ ପରେ ଗୃହରେ ଆରମ୍ଭ ହୋଇଥିଲା ତାରାଙ୍କ ସୋ । ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତିଙ୍କ ମାଡ ତତ୍ତ୍ୱକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ତୃତୀୟ ମହାଲାର ଇଂଗିତରେ ପିସି କାରବାର ଚାଲୁଥିବା ତାରା କହିଥିଲେ । ଭଲ ଅଫିସଙ୍କୁ ବଦଳି କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି । ଶାସକ ଦଳର ନେତାଙ୍କ କହିବା ଅନୁଯାୟୀ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ପୋଷ୍ଟିଂ କରାଯାଉଥିବା ବେଳେ ଭଲ ଅଫିସରଙ୍କୁ ନିର୍ୟ୍ୟାତନା ଦିଆଯାଉଛି । ଏପରିକି ରାଜ୍ୟର ସମସ୍ତ ଅଫିସରଙ୍କ ନିଯୁକ୍ତି ଶାସକ ଦଳ ଅନୁଯାୟୀ ହେଉଥିବାର ଅଭିଯୋଗ ଆଣିଥିଲେ ତାରା ।