ଆଣ୍ଡାମାନର ହେଭଲକ୍ ଦ୍ୱୀପରେ ଫସିଥିବା ଓଡ଼ିଆ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ନୌସେନା

34

କନକ ବ୍ୟୁରୋ : ଆଣ୍ଡାମାନ ନିକୋବରର ହେଭଲକ୍ ଦ୍ୱୀପରେ ଫସିଥିବା ଓଡ଼ିଆ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ନୌସେନା । ହେଭଲକ ଦ୍ୱୀପକୁ ବୁଲିବା ପାଇଁ ଯାଇଥିବା ବେଳେ ରାଉରକେଲାର ଦେବେଶ ପୁରୋହିତ ଓ ତାଙ୍କ ପରିବାର ସେଠାରେ ୩ରୁ ୪ଦିନ ଫସିରହିଥିଲେ । ଉଦ୍ଧାର ପରେ ଦେବେଶ ପୁରୋହିତ ଓ ତାଙ୍କ ପରିବାର ସୁରକ୍ଷିତ ଭାବେ ଆସି ପୋର୍ଟ ବ୍ଲେୟାରରେ ପହଂଚିଛନ୍ତି ।

ହେଭଲକ୍ ଓ ନିଲ୍ ଦ୍ୱୀପରେ ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁଁ ପ୍ରାୟ ୧୬ଶହ ପର୍ଯ୍ୟଟକ ଫସିରହିଥିଲେ । ପର୍ଯ୍ୟାୟକ୍ରମେ ୧୪ଶହ ପର୍ଯ୍ୟଟଙ୍କୁ ନୌସେନାର ବିମାନ ଓ ଜାହାଜ ଯୋଗେ ଉଦ୍ଧାର କରାଯାଇଛି  । ଏବେ ମଧ୍ୟ ୨ଶହ ପର୍ଯ୍ୟଟକ ଫସି ରହିଛନ୍ତି  । ଆଜି ମଧ୍ୟ ନୌସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି  ।