ଜର୍ଜିଆରେ ଓଡିଆ ଝିଅ ପଦ୍ମାଳୟା ! ଆଜିଠୁ ଆରମ୍ଭ ହେବ ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗିତା

52

କନକ ବ୍ୟୁରୋ : ଜର୍ଜିଆରେ ଓଡିଆ ଝିଅ ପଦ୍ମାଳୟା । ଲିଟିଲ ମିସ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ ପାଇଁ ଜର୍ଜିଆରେ ପହଚିଂଛନ୍ତି ପଦ୍ମାଳୟା । ଜର୍ଜିଆର ରାଜଧାନୀ ଟିବିଲସିରେ ପହଚିଂବା ପରେ ତାଙ୍କୁ ସ୍ୱାଗତ କରଯାଇଥିଲା । ବର୍ତ୍ତମାନ ସୁଦ୍ଧା ସେ ସାରା ବିଶ୍ୱରେ ଭୋଟିଂ ପ୍ରକ୍ରିୟାରେ ସର୍ବାଧିକ ପଏଂଟ ପାଇଁ ଶୀର୍ଷରେ ରହିଥିବା ବେଳେ ଆଜି ଆଉ ଏକ ଭୋଟିଂ ପ୍ରକିୟାରେ ଅବତୀର୍ଣ୍ଣ ହେବେ । ଭୋଟିଂ ପ୍ରକ୍ରିୟା ଆଜି ସାଢେ ୧ଟାରୁ ଆରମ୍ଭ ହୋଇ ୪ ତାରିଖ ଦିନ ସାଢେ୧ଟା ପର୍ଯ୍ୟନ୍ତ ଚାଲୁ ରହିବ । ପଦ୍ମାଳୟାଙ୍କୁ ଭୋଟି ପାଇଁ ଫେସବୁକକୁ ଯିବାକୁ ପଡିବ ।