ସେଲ୍ଫି ସାଜିଲା କାଳ! ସୋସିଆଲ୍ ମିଡିଆରେ ଭାଇରାଲ୍ ଯୁବତୀଙ୍କ ନଗ୍ନ ଫଟୋ

97

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଦୁଇ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ । ସେଲ୍ଫି ସାଜିଛି କାଳ । ନିଜ ମୋବାଇଲରେ ସେଲଫି ନେବା ଯେମିତି ମହଙ୍ଗା ପଡିଛି ୨ ଜଣ ଛାତ୍ରୀଙ୍କୁ । ଭିନ୍ନ ଭିନ୍ନ ପୋଜରେ ସେଲଫି ନେବା ଯେମିତି ଏମାନଙ୍କ ପାଇଁ ମହଙ୍ଗା ପଡିଛି । କେତେବେଳେ, ଡାଇନିଙ୍ଗ ହଲରେ ତ ପୁଣି କେତେବେଳେ ବେଡ୍ ରୁମରେ ଏପରିକି ବାଥରୁମରେ ବି ଅଶ୍ଳୀଳ ସେଲଫି ନେଇଥିଲେ ୨ ଜଣ ଯୁବତୀ । ଯାହା ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଛି । ମାତ୍ର ଟିକିଏ ଅସାବଧାନତା ଯେମିତି ଏହି ୨ ଯୁବତୀଙ୍କ ପାଇଁ କାଳ ହୋଇଛି । ଚାହୁଁ ଚାହୁଁ ମାତ୍ର କେଇ ଘଂଟା ଭିତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ଏହି ୨ ଯୁବତୀଙ୍କ ଚିତ୍ର ଆଉ ଭିଡିଓ ।

କୁହାଯାଉଛି ନିଜ ପ୍ରେମିକଙ୍କ ଜିଦ ରଖିବାକୁ ଯାଇ ଯୁବତୀ ଜଣକ ତାଙ୍କ ମେବାଇଲରେ ସେଲଫି ମୋଡରେ କିଛି ନଗ୍ନ ଫଟୋ ଉଠାଇ ବୟଫ୍ରେଣ୍ଡଙ୍କୁ ଦେଇଥିଲେ । ଏଥିସହ ବୟଫ୍ରେଣ୍ଡ ଜଣକ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ବି ମୋବାଇଲରେ କଏଦ୍ କରିଥିଲେ । ଆଉ ସଂପର୍କରେ ତିକ୍ତତା ଆସିବା ପରେ, ଏସବୁକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ ।

ପୁର୍ବରୁ ଆଇ.ଟି.ଇ.ଆର୍ କଲେଜରେ ଛାତ୍ରୀଙ୍କ ନଗ୍ନ ଚିତ୍ର ଭାଇରାଲ କରିଥିବା ରୋମିଓ ପ୍ରେମିକକୁ କମିଶନରେଟ ପୁଲିସ ଗିରଫ କରିଥିଲା । ଏନେଇ ବାରମ୍ବାର ସଚେତନତା କରାଯାଉଥିଲେ ବି ନା ଚେତୁଛନ୍ତି ଯୁବତୀ ନା ଚେତୁଛନ୍ତି ରସିକିଆ ରୋମିଓ ପ୍ରେମିକ । ଯେଉଁଥିପାଇଁ ଜଣକ ପରେ ଜଣେ ଯୁବତୀଙ୍କ ନଗ୍ନ ଚିତ୍ର ମାର୍କେଟରେ ଘୁରି ବୁଲୁଛି ।