ଆସନ୍ତାକାଲି ପଶ୍ଚିମ ଓଡିଶାର ବଡପର୍ବ ନୂଆଁଖାଇ !

91

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମ ଓଡିଶାର ବଡପର୍ବ । କି ଧନୀ କି ଗରିବ ସମସ୍ତେ ପାଳିବେ ନୂଆଁଖାଇ । ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖରେ ନୂଆଁ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରିବା ପରେ ନୂଆଁଖାଇବେ ବଲାଙ୍ଗୀରବାସୀ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଲଗ୍ନ ଧାର୍ଯ୍ୟ ହେବା ପରଠୁ ଘରଠୁ ମନ୍ଦିର ସବୁଠି ଚାଲିଛି ଲିପାପୋଛା । ବିଶ୍ୱାସ ରହିଛି, ନୂଆଁଖାଇରେ ଘରକୁ ଇଷ୍ଟଦେବୀ ମା ଅର୍ଣ୍ଣପୂର୍ଣା ଆସିଥାନ୍ତି, ତେଣୁ ତାଙ୍କ ସ୍ୱାଗତ ପାଇଁ ଏ ସବୁ ପ୍ରସ୍ତୁତି । କୁରେଇ ପତ୍ରରେ ନିର୍ମିତ ଦନାରେ ଧାର୍ଯ୍ୟ ସମୟରେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅନ୍ୟସଦସ୍ୟଙ୍କୁ ନୂଆଖାଇବାକୁ ଦେଇଥାନ୍ତି ।

ତା’ପରେ ରନ୍ଧା ଯାଇଥିବା ବିଭିନ୍ନ ଖାଦ୍ୟକୁ କୁରେଇ, ରେଙ୍ଗାଳ ଖଲିରେ ଖାଇଥାନ୍ତି ସମସ୍ତେ । କଳାହାଣ୍ଡିରେ ବି ନୂଆଖାଇର ଧୂମ୍ । ଗ୍ରାମଦେବତୀଙ୍କ ପାଖରେ ନବାନ୍ନ ଲାଗି କରିବା ପରେ ନୂଆ ଖାଇବା ପାଇଁ ଚାଲିଛି ପ୍ରସ୍ତୁତି । ନୂଆଖାଇବା ସମୟରେ ଏକ ଅନୋଖା ଦୃଶ୍ୟ ଦେଖା ଯାଇଥାଏ, ସଭିଏ ଏକା ସାଙ୍ଗେର ବସି କି ଏକାଠି ଖାଇଥାନ୍ତି । ପୁଣି ନୂଆଁ ଖାଇ ସାରିବା ପରେ ବଡମାନଙ୍କୁ ନୂଆଖାଇ ଜୁଆର ପରମ୍ପରା ସତରେ ନିଆରା । ଯେଉଁ ପରମ୍ପରାକୁ ପଶ୍ଚିମ ଓଡିଶାରେ ନୂଆଖାଇ ଭେଟଘାଟ କୁହାଯାଏ ।