ବେଜିଂ ଗସ୍ତରେ ଯିବେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

43

କନକ ବ୍ୟୁରୋ: ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବ୍ରିକ୍ସ ଦେଶର ବୈଠକରେ ଯୋଗ ଦେବା ଲାଗି ବେଜିଂ ଗସ୍ତ କରିବେ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଭାରତ କହିଛି, ଚୀନ ସହ କଥାବର୍ତା ଲାଗି କୂଟନୈତିକ ରାସ୍ତା ଖୋଲା ରହିଛି । ଭାରତ ଏସମ୍ପର୍କରେ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ । ଚୀନ ସହ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେଉ ବୋଲି ଭାରତ କହିଛି ।