ଧନୀ ହେଉଛି ଭାରତ ! ଗରିବ ଦେଶ ତାଲିକାର ତୃତୀୟ ସ୍ଥାନକୁ ଖସିଲା ଭାରତ, ହଟିଲା ଗରିବ ହେବାର କଳଙ୍କ ଟିକା ।

60

ଭାରତ ପାଇଁ ଏକ ଖୁସିର ଖବର । ପୂର୍ବରୁ ଗରିବି ଦେଶ ମାନଙ୍କ ସୂଚିରେ ଭାରତ ପ୍ରଥମ ସ୍ଥାନରେ ରହିଥିଲା । କିନ୍ତୁ ଏବେ ନାଇଜେରିଆ ସର୍ବାଧିକ ଗରିବ ଦେଶ ଭାବରେ ପରିଗଣିତ ହେବା ପରେ ଭାରତ ମୁଁଣ୍ଡରୁ ହଟିଛି କଳଙ୍କ । ସବୁଠାରୁ ବଡ କଥା ହେଉଛି ପ୍ରତି ଏକ ମିନିଟରେ ୪୪ ଜଣ ଭାରତୀୟ ଗରିବି ସିମାରେଖାରୁ ବାହାରି ସାଧାରଣ ଜୀବନପଥରେ ଅଗ୍ରସର ହେଉଛନ୍ତି । ମିଳିଥିବା ଏକ ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ଭାରତ ସମ୍ପୁର୍ଣ୍ଣ ଭାବେ ଗରିବ ମୁକ୍ତ ଦେଶ ହୋଇଯିବ ।

ସୂଚନା ଅନୁଯାୟୀ, ବୃକିଂ ବ୍ଲଗ ଷ୍ଟଡି ଏହି ରିପୋର୍ଟ ଜାରି କରିଛି । ରିପୋର୍ଟ ମୁତାବକ, ଯଦି ପ୍ରତି ମିନିଟରେ ୪୪ ଜଣ ଭାରତୀୟ ଗରିବ ସିମାରେଖା ପାର କରନ୍ତି, ଏବଂ ଏହି ପ୍ରକ୍ରିଆ ବର୍ଷ ତମାମ ଜାରି ରହେ ତେବେ ଚଳିତ ବର୍ଷ ଶେଷ ତାରିଖ ସୁଦ୍ଧା ଭାରତ ଗରିବା ସିମାରେଖା ସୂଚିରେ ତୃତୀୟ ସ୍ଥାନକୁ ଖସିଆସିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ୨୦୨୨ ସୁଦ୍ଧା ତିନି ପ୍ରତିଶତ ଭାରତୀୟ ଗରିବ ସିମାରେଖା ତଳେ ନିଜର ଭରଣ ପୋଷଣ କରୁଥିବା ବେଳେ ୨୦୩୦ ସୁଦ୍ଧା ଭାରତ ସମ୍ପୁର୍ଣ୍ଣ ଭାବେ ଗରିବ ମୁକ୍ତ ଦେଶରେ ପରିଣତ ହୋଇଯିବ ।

୨୦୧୮ ମେଁ ମାସର ଆକଳନ ଅନୁଯାୟୀ, ନାଇଜେରିଆରେ ୮.୭ କୋଟି ଲୋକ ଗରିବ ସିମାରେଖା ତଳେ ଜୀବନଯାପନ କରୁଥିବା ବେଳେ ଭାରତରେ ୭.୩ କୋଟି ଲୋକ ଗରିବ ସିମାରେଖା ତଳେ ରହିଛନ୍ତି । ଠିକ ସେହିଭଳି ଭାରତରେ ପ୍ରତି ମିନିଟରେ ୪୪ଜଣ ଲୋକ ଗରିବ ସିମାରେଖାରୁ ଉପରକୁ ଉଠୁଥିବା ବେଳେ ନାଇଜେରିଆରେ ମାତ୍ର ୬ ଜଣ ଲୋକ ଗରିବ ସିମାରେଖାରୁ ଉପରକୁ ଉଠିପାରୁଛନ୍ତି । ମିଳିଥିବା ୱାଲ୍ଡ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ୨୦୦୪ ରୁ ଆରମ୍ଭ କରି ୨୦୧୧ ପର୍ଯ୍ୟନ୍ତ ଭାରତରେ ଗରିବ ସଂଖ୍ୟା ୩୮.୯ ପ୍ରତିଶତ ଥିଲା । କିନ୍ତୁ ୨୦୧୮ରେ ଏହାର ସଂଖ୍ୟା କମି ୨୧.୨ ରେ ପହଞ୍ଚିଛି ।