ସଚେତନତା ପାଇଁ ସରକାରଙ୍କ ଅଭିନବ ପଦକ୍ଷେପ ! ଏବେ ଭଲ ଓ ଅଶାଳୀନ ସ୍ପର୍ଶ ବିଷୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ
ପିଲାମାନେ ଏବେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ସ୍କୁଲରେ ପାଠ ପଢ଼ିବେ । ଏପ୍ରସଙ୍ଗରେ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ଭିଡ଼ିଓ । ଭଲ ଓ ଖରାପ ସ୍ପର୍ଶ ଉପରେ ଆଧାରିତ ଏହି ଭିଡ଼ିଓ ଏବେ ସ୍କୁଲରେ ପିଲାମାନଙ୍କୁ ଦେଖାଯିବ । ଯାହାଦ୍ୱାରା ଛୋଟ ଛୋଟ ପିଲମାନେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଅବଗତ ହୋଇପାରିବେ । ସରକାର ସ୍କୁଲରେ ଛୋଟ ଛୋଟ ପିଲାଙ୍କୁ ସଚେତନ କରିବା ପାଇଁ ଏପରି ପଦକ୍ଷେପ ନେଉଥିବା ସୂଚନା । ଯଦି କେହି ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ପାଇଁ ଚେଷ୍ଟା କରେ ସେମାନେ ସଙ୍ଗେ ସଙ୍ଗେ ବାପା, ମା କିମ୍ବା ଶିକ୍ଷକଙ୍କୁ ଜଣାଇପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଇଠି କହି ରଖୁଛୁ ବଲିଉଡ଼ ଅଭିନେତା ଆମୀର ଖାନ୍ ‘ସତ୍ୟମେବ ଜୟତେ’ କାର୍ଯ୍ୟକ୍ରମରେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ଖରାପ ତଥା ଅଶାଳୀନ ସ୍ପର୍ଶ ପ୍ରତି ସଚେତନ କରାଇବା ପାଇଁ ଅପିଲ କରିଥିଲେ । ତେବେ ଏନେଇ ବାପା, ମା’ ମଧ୍ୟ ସଚେତନ ରହିବା ଜରୁରୀ । କିନ୍ତୁ ଏବେ ଦେଖିବା ମିଳୁଛି ବାପାମା’ମାନେ ପିଲାଙ୍କ ଅପେକ୍ଷା ଅଧିକ ସମୟ ମୋବାଇଲେ ସହ ବିତାଉଛନ୍ତି । ଯାହାଦ୍ୱାରା ପିଲାମାନେ ମନ ଖୋଲି କଥା ହୋଇପାରୁ ନାହାନ୍ତି ।
ଏବେ ସ୍କୁଲ, ଘରେ କିମ୍ବା ବାହାରେ ଛୋଟ ଛୋଟ ପିଲାଙ୍କ ସହ କୁକର୍ମ ମାମଲା ବଢ଼ିବାରେ ଲାଗିଛି । ତେବେ ଏହା କେବଳ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିିତ୍ୱ ନୁହେଁ । ଅଭିଭାବକମାନେ ମଧ୍ୟ ଏନେଇ ସଚେତନ ରହିବା ଉଚିତ୍ । ଛୋଟ ଛୋଟ ପିଲାଙ୍କୁ ଯଦି ଘରୁ ବାହାରକୁ ପଠାଉଛନ୍ତି, ତେବେ ଅଭିଭାବକମାନେ ଏବିଷୟରେ ତାଙ୍କୁ ଉଚିତ ଶିକ୍ଷା ଦେବା ଉଚିିତ୍ । ତେବେ ତଥ୍ୟ ଅନୁସାରେ ବହୁତ କମ୍ ବହୁତ କମ ଲୋକ ହòó ଏପରି କରନ୍ତି । ଭଲ ସ୍ପର୍ଶ ଓ ଅଶାଳୀନ ସ୍ପର୍ଶ ସମ୍ମନ୍ଧରେ ସରକାର ଖୁବ ଶୀଘ୍ର ରାଜ୍ୟ, ସିବିଏସଇ ସମେତ ଶିକ୍ଷା ବୋର୍ଡ଼କୁ ମଧ୍ୟ ଆଡ଼ଭାଇଜରି ପଠାଇବେ ଯାହା ପରେ ଲାଗୁ ହେବ ।
ହିନ୍ଦୀ ଓ ଇରାଜୀରେ ଦେଖାଯିବ ୧୦ ମିନିଟର ଭିଡ଼ିଓ –
ପିଲାଙ୍କୁ ସେଚତନ କରିବା ପାଇଁ ଏକ ଭିଡ଼ିଓ ତିଆରି ହୋଇଛି । ଯେଉଁଠି ଏକ ୯ ବର୍ଷର କୁନି ଝିଅକୁ ବାପାଙ୍କ ସାଙ୍ଗ ଖେଳ ଖେଳରେ ଅଶାଳୀନ ଢ଼ଙ୍ଗରେ ଛୁଅଁନ୍ତି । ଏନେଇ କୁନି ଝିଅ ମନରେ ମାନସିକ ଆଘାତ ଲାଗେ କିନ୍ତୁ ସେ ଚୁପ ରୁହେ । ସବୁବେଳେ ହସଖୁସିରେ ରହୁଥିବା ଝିଅଟି କ୍ଲାସରେ ଏକୁଟିଆ ରହୁଥିବା ଦେଖି ଶିକ୍ଷକଙ୍କୁ ସନ୍ଦେହ ହୁଏ । ତା’ପର ଶିକ୍ଷକ ଏନେଇ କୁନି ଝିଅର ମା’ଙ୍କୁ ଜଣାନ୍ତି । ମା’ଙ୍କ ଠାରୁ ସାହସ ପାଇ ପରେ କୁନି ଝିଅଟି ସବୁ କଥା କହେ । ବାପା କିନ୍ତୁ ସମାଜ ଭୟରେ କାହାକୁ କିଛି ନକହି ଚୁପ ରହିବା ପାଇଁ କୁହନ୍ତି । କିନ୍ତିୁ ପରେ ଝିଅ ପାଇଁ ପୁଲିସରେ ଅଭିଯୋଗ କରନ୍ତି । ତେବେ ଏନସିଆରଟି ୧୦ ମିନିଟର ଏହି ଭିଡ଼ିଓକୁ ହିନ୍ଦୀ ଓ ଇରାଜୀ ଭାଷାରେ ଭିଡ଼ିଓ ପ୍ରସ୍ତତୁ କରିଛିି । ଏହି କାହାଣୀ ସହ ଜଣେ ପୁଅ ଜଣେ ଝିଅକୁ କେଉଁଠି ଛୁଇଁବା ଠିକ୍ ନୁହେଁ କିମ୍ବା ଝିଅଙ୍କ କେଉଁଁ ଅଙ୍ଗକୁ ଛୁଇଁବା ଭୁଲ ସେ ବିଷୟରେ ସୂଚନା ଦିଆଯାଇଛି ।